12 SEPTEMBER 2026

Welcome!

Unlock your personalized experience.
Sign Up

50th Cabinet meeting: ୫୦ତମ କ୍ୟାବିନେଟ୍ ବୈଠକ ପାଇଁ ସରକାରଙ୍କ ଜୋରଦାର୍ ପ୍ରସ୍ତୁତି

Sep 11, 2026 - 05:11
50th Cabinet meeting: ୫୦ତମ କ୍ୟାବିନେଟ୍ ବୈଠକ ପାଇଁ ସରକାରଙ୍କ ଜୋରଦାର୍ ପ୍ରସ୍ତୁତି

ଭୁବନେଶ୍ବର: ସେପ୍ଟେମ୍ବର ୭ରେ ରାଜ୍ୟ କ୍ୟାବିନେଟ୍‌ର ୪୭ତମ ବୈଠକ ବସିଥିଲା। ଆଉ କିଛି ଦିନ ପରେ ୫୦ତମ କ୍ୟାବିନେଟ ବୈଠକ ବସିବ। ଏହା ଯେପରି ଏକ ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକ ହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସରକାରଙ୍କ ସଫଳତାର କାହାଣୀ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଏବେ ଏକ ଡିଜିଟାଲ ବୁକ୍‌ଲେଟ୍ ପ୍ରସ୍ତୁତ ହେବ। ପରେ ଏହାକୁ ଛପାଯାଇ ବଣ୍ଟାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନଙ୍କ ବିଭାଗରେ ୨୦୨୪-୨୫, ୨୦୨୫-୨୬, ୨୦୨୬-୨୭ ଆର୍ଥିକ ବର୍ଷରେ କି କି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, କେଉଁ ବଡ଼ ପ୍ରକଳ୍ପ ହୋଇଛି, କିପରି ବିଭାଗର କାର୍ଯ୍ୟରେ ସଂସ୍କାର ଅଣାଯାଇଛି, କେ‌େତ ଲୋକ ଉପକୃତ ହୋଇଛନ୍ତି ସେନେଇ ଏକ ଅଧ ପୃଷ୍ଠାର ଲେଖା ପ୍ରସ୍ତୁତ କରିକି ଦେବେ। 

Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

ଏହାସହ ଯେଉଁ ଲେଖା ଦେବେ ତାକୁ ଦର୍ଶାଉଥିବା ଭଲ ଫଟୋ ଦେବେ। ୭ଦିନ ଭିତରେ ଏହାକୁ ଦାଖଲ କରିବାକୁ କୁହାଯାଇଛି। ଏହାକୁ ନେଇ ଏକ ଡିଜିଟାଲ ବୁକ୍‌ଲେଟ୍‌ ପ୍ରସ୍ତୁତ ହେବ। ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିବେ। ଉଦାହରଣ ସ୍ବରୂପ ଜଳସମ୍ପଦ ବିଭାଗକୁ କୁହାଯାଇଛି, ଏହି ତିନି ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ରେ କେଉଁ କେଉଁ ଯୋଜନା ଘୋଷଣା କରାଯାଇଛି, ଏହାର ଉଦ୍ଦେଶ୍ୟ କ’ଣ, ଏହାଦ୍ବାରା କିପରି ଲୋକ ଉପକୃତ ହେବେ, ଜଳସେଚନ କ୍ଷେତ୍ରରେ ଏହାର ପ୍ରଭାବ, ବନ୍ୟା ପରିଚାଳନା କିପରି ହୋଇଛି, ଜଳ ସୁରକ୍ଷା, ନଦୀ ପୁନରୁଦ୍ଧାର, ଭିତ୍ତିଭୂମି ନେଇ ସରକାର କ’ଣ କରିଛନ୍ତି ତା’ର ଏକ ସଂକ୍ଷିପ୍ତ ତାଲିକା ଦେବେ।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)