23-Year-Old Payment Dispute: ୨୩ ବର୍ଷ ହେବ ବିଲ ନାହିଁ; କୋର୍ଟଙ୍କ ଆଦେଶ ଅବମାନନା, ଆରଡି-୨ ଅଫିସ ସମ୍ପତ୍ତି ସିଲ୍
କୋର୍ଟଙ୍କ ଆଦେଶ ଅବମାନନା, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ସମ୍ପତ୍ତି ସିଲ୍।
କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ସିଲ କରାଯାଇଛି।
୨୩ ବର୍ଷ ହେବ ଜଣେ ଠିକାଦାରଙ୍କ ବିଲ ନଦେବା ଏବଂ ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବାରୁ ଆରଡି-୨ ଅଫିସର ସମ୍ପତ୍ତି ସିଲ କରାଯାଇଛି।
Advertisment ଅଫିସରେ ଥିବା ଟେବୁଲ, ଚେୟାର, ଆଲମିରାଠାରୁ ନେଇ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପର୍ଯ୍ୟନ୍ତ ସବୁ ସିଲ କରାଯାଇଛି।
୨୦୦୩-୦୪ ମସିହାରେ ଆରଡି-୨ ବିଭାଗ ଅଧୀନରେ ପାରାଦୀପ ଗୌରବିହାର ଅଞ୍ଚଳର ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ ରାଜନଗର ଦୁରର ତାଳଚୁଆ ଓ ଦଳେଇ ସାହିଠାରେ ୭୪ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ବାତ୍ୟା ଆଶ୍ରୟ ସ୍ଥଳ ଶେଷ କରିଥିଲେ।
ଆଜି ପାର୍ଯ୍ୟନ୍ତ ବିଭାଗ ପକ୍ଷରୁ ବକେୟା ବିଲ ପ୍ରଦାନ କରାଯାଇନଥିଲା ।
ନ୍ୟୟ ପାଇଁ ରମେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
କୋର୍ଟ ରମେଶଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।
କୋର୍ଟ ୧୮ ପ୍ରତିଶତ ସୁଧ ହାରରେ ପ୍ରାପ୍ୟ ଅର୍ଥ ପଇଠ କରିବା ପାଇଁ ବିଭାଗକୁ କହିଥିଲେ।
କେନ୍ଦ୍ରାପଡ଼ା ସିଭିଲ ଜଜ୍ ସିନିଅର ଡିଭିଜନଙ୍କୁ ରାୟକୁ କାର୍ଯ୍ୟକାରୀ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୁଧ ସହ ମୂଳଧନ ମିଶି ବର୍ତ୍ତମାନ ଠିକାଦାରଙ୍କୁ ପ୍ରାୟ ୧ କୋଟି ୩୭ ଲକ୍ଷ ଟଙ୍କା ଫେରାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment କୋର୍ଟଙ୍କ ଆଦେଶ ଅବମାନନା, ଆରଡି-୨ ଅଫିସ ସମ୍ପତ୍ତି ସିଲ୍ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ସମ୍ପତ୍ତି ସିଲ୍ ୨୩ ବର୍ଷ ହେବ ଠିକାଦାରଙ୍କ ବିଲ ଦେଇନଥିଲା ବିଭାଗ ବାରମ୍ବାର କୋର୍ଟଙ୍କ ଆଦେଶ ଅବମାନନା ପାଇଁ ସିଲ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
