225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ

Jun 16, 2026 - 09:10
225-year-old school: ଲାଗିଲା ଲୀଳାମୟଙ୍କ ଲୀଳା: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର ସ୍କୁଲ

"ପୁରୀ: ଶ୍ରୀମନ୍ଦିର ପରିସରରେ ରହିଛି ୨୨୫ ବର୍ଷର "ଶ୍ରୀମନ୍ଦିର ସ୍କୁଲ"।

ସୁତରାଂ ଓଡ଼ିଶାରେ ବ୍ରିଟିସ ଶାସନ ପ୍ରବେଶ ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପାଠ ପଢ଼ିବା ପାଇଁ ସ୍କୁଲର ବ୍ୟବସ୍ଥା କରାଯାଇଥିଲା।

ପୂଜାପଣ୍ଡା ନିଯୋଗ ପକ୍ଷରୁ ଏହି ସ୍କୁଲ କରାଯାଇଥିଲା।

ତତ୍କାଳୀନ ଗଜପତି ମହାରାଜମାନଙ୍କ ପୃଷ୍ଠପୋଷକତାର ଏହା ଚାଲିଥିଲା।

ସେଠାରେ କେବଳ ସେବକଙ୍କ ପିଲାମାନେ ପାଠ ପଢ଼ୁଥିଲେ।

ସଂସ୍କୃତ ଜ୍ଞାନ ହାସଲ କରି ସେବା ପୂଜା କରିବା ପାଇଁ ପିଲାବେଳୁ ଦକ୍ଷତା ଅର୍ଜନ କରିବା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ରଖି ପିଲାବେଳୁ ସେବକ ଘରର ପିଲାମାନେ ପାଠ ପଢ଼ୁଥିଲେ।

Advertisment Nandankanan vulture: ନନ୍ଦନକାନନରେ ଲମ୍ବା ବେକ ଶାଗୁଣା ଶାବକ ମୃତ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ "ଶ୍ରୀମନ୍ଦିର କଥା"ର ତଥ୍ୟ ମୁତାବକ, ସମ୍ଭବତଃ ଓଡ଼ିଶାର ଏହା ପ୍ରଥମ ସ୍କୁଲ।

କୁରୁମ ବେଢ଼ାର ଦୁଇ କାନ୍ଥ ମଧ୍ୟରେ ଥିବା କକ୍ଷରେ ଏବେ ବି ସ୍କୁଲ ଚାଲୁ ରହିଛି।

ମା" ବିମଳାଙ୍କ ମନ୍ଦିରର ଡାହାଣ ପାର୍ଶ୍ବରେ ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ନିକଟରେ ଏହି ସ୍କୁଲ ରହିଛି।

ଏହି ବିଦ୍ୟାଳୟରେ ପଢ଼ିବା ପାଇଁ କିଛି ସର୍ତ୍ତ ଲାଗୁ ହୋଇଛି।

ଶ୍ରୀମନ୍ଦିର ପରିସରରେ ଥିବାରୁ ଏହା ମଧ୍ୟକୁ ପିଲାମାନେ ଛତା, ଜୋତା ଆଦି ନେଇ ଯିବାରେ ବାରଣ ରହିଛି।

ଶୌଚାଳୟ ନାହିଁ।

ଅନ୍ୟ ସ୍କୁଲ ଭଳି ମଧ୍ୟାହ୍ନ ଭୋଜନ ପ୍ରବେଶ କରିପାରେ ନାହିଁ।

ବାହାରେ ରୋଷେଇ କରି ଦିଆଯାଏ।

ମନ୍ଦିର ଭିତରେ ଥିବାରୁ ଖେଳ ପଡ଼ିଆ ନାହିଁ।

Accident: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟିଲେ ବିଧାୟକ ପୂର୍ବରୁ କେବଳ ସେବକଙ୍କ ଘରର ପିଲାମାନେ ପଢ଼ୁଥିଲେ।

କାଳକ୍ରମେ ସେବକଙ୍କ ଘରର ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଅନ୍ୟ ବେସରକାରୀ ସ୍କୁଲରେ ପଢ଼ିବାକୁ ଯିବା ପରଠାରୁ ଏହି ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ହ୍ରାସ ପାଇଥିଲା।

ତେଣୁ ସରକାରୀ ନିୟମ ଅନୁଯାୟୀ ପିଲାଙ୍କ ସଂଖ୍ୟା ବଜାୟ ରଖିବା ଦୃଷ୍ଟିରୁ ଅଣସେବକ ପିଲାମାନେ ମଧ୍ୟ ଏଠାରେ ପଢ଼ିବାର ସୁଯୋଗ ପାଇଲେ।

ସଂପ୍ରତି ଏଠାରେ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।

ଶହେ ଜଣ ପିଲା ପଢ଼ୁଛନ୍ତି।

ସରକାର ଉକ୍ତ ବିଦ୍ୟାଳୟର ଦାୟିତ୍ବ ନେବା ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ସରକାରଙ୍କୁ ବିଭିନ୍ନ ସମୟରେ ଦାବି କରାଯାଇଛି।

ଷଷ୍ଠ ଓ ସପ୍ତମ ଶ୍ରେଣୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲେ ହେଁ ୮ମରୁ ଦଶମ ପର୍ଯ୍ୟନ୍ତ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଭାବେ ଚାଲିଛି।

ବିଦ୍ୟାଳୟକୁ ଶ୍ରୀମନ୍ଦିର ବାହାରକୁ ନେବା ପାଇଁ ଅତୀତରେ ଉଦ୍ୟମ ହୋଇଥିଲା।

ଏଥିପାଇଁ ସହର ଭିତରେ ମହାପ୍ରଭୁଙ୍କ ୫ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ ଅନୁମୋଦନ ମଧ୍ୟ କରିଥିଲା।

ମାତ୍ର ଏବେ ମଧ୍ୟ ଏହା ଶ୍ରୀମନ୍ଦିର ପରିସରରେ ୨୨୫ ବ‌ର୍ଷ ହେଲା ବିଦ୍ୟାଳୟ ଚାଲୁ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।