Monitor Thrashes Nursery Student: ମୁଣ୍ଡ ତଳକୁ ନକରିବାରୁ ନର୍ସରୀରେ ପଢ଼ୁଥିବା ବାଳକକୁ ନିସ୍ତୁକ ମାଡ଼ ମାରିଲା କ୍ଲାସ୍‌ ମନିଟର୍‌

Jul 17, 2026 - 15:21
Monitor Thrashes Nursery Student: ମୁଣ୍ଡ ତଳକୁ ନକରିବାରୁ ନର୍ସରୀରେ ପଢ଼ୁଥିବା ବାଳକକୁ ନିସ୍ତୁକ ମାଡ଼ ମାରିଲା କ୍ଲାସ୍‌ ମନିଟର୍‌

"ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଚଳିତ କରିଦେବା ପରି ଏକ ଘଟଣା ସାମ୍‌ନାକୁ ଆସିଛି।

ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ଯାଉଥିବାବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ କିପରି ସେମାନେ ସ୍କୁଲ ଭିତରେ ଆକ୍ରମଣର ଶିକାର ହେଉଛନ୍ତି ସେ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଲକ୍ଷ୍ନୌର ଏକ ସ୍କୁଲର ଜଣେ ପାଞ୍ଚ ବର୍ଷର ନର୍ସରୀ ଛାତ୍ରକୁ ତାଙ୍କ କ୍ଲାସ ମନିଟର ଶ୍ରେଣୀଗୃହ ଭିତରେ ପ୍ରାୟ ଆଠ ମିନିଟ୍ ପର୍ଯ୍ୟନ୍ତ ମାଡ଼ ମାରିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି।

ଏଏଲ୍‌ଏସ୍‌ ଏକାଡେମୀରେ ଘଟିଥିବା ଏହି ଘଟଣା ଶ୍ରେଣୀଗୃହରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା।

ମାଡ଼ ଯୋଗୁ ପିଲାଟିର ମୁହଁ ଓ ଗାଲରେ ଗୁରୁତର ଆଘାତ ଲାଗିଛି।

ପିଲାଟିକୁ ପିଜିଆଇ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲାବେଳେ ତା"ର ଚିକିତ୍ସା ଚାଲିଛି।Advertisment ଦଶ ମିନିଟର ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, ଜଣେ ଶିକ୍ଷୟିତ୍ରୀ ଓ ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ଏକ ଶ୍ରେଣୀଗୃହରେ ଥିବାବେଳେ ପ୍ରାୟ ଗୋଟିଏ ମିନିଟ୍ ପରେ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ସେମାନଙ୍କ ମୁଣ୍ଡ ଡେସ୍କ ଉପରେ ରଖିବାକୁ କହିଥିଲେ ଓ କ୍ଲାସ ମନିଟରଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ କହି ବାହାରକୁ ଚାଲିଯାଇଥିଲେ।

ଶିକ୍ଷୟିତ୍ରୀ ଯିବା ମାତ୍ରେ ଜଣେ ଛାତ୍ରୀ ତାଙ୍କ ମୁଣ୍ଡ ଉପରକୁ ଉଠାଇଥିଲେ।

ଛାତ୍ରୀ ମୁଣ୍ଡ ଉଠାଉଥିବା‌ ଦେଖି ମନିଟର ହୋଇଥିବା ଛାତ୍ରୀ ତାଙ୍କୁ ମାଡ଼ ମାରିଥିଲେ।

ଗୁଣ୍ଡିଚାଘରେ ତିନି ରଥ: ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମୁଣ୍ଡ ଉଠାଇବାକୁ ଚେଷ୍ଟା କରୁଥିଲେ ମନିଟର ଜଣକ ସେମାନଙ୍କୁ ମାଡ଼ ମାରିଥିଲେ।

କିଛି ସମୟରେ ଆଉ ଜଣେ ଛାତ୍ର ମୁଣ୍ଡ ଉଠାଇବା ପରେ ମନିଟର ଜଣକ ତାଙ୍କୁ ଚାରିଥର ଚାପୁଡ଼ା ମାରିଥିଲେ।

ଖୁବ୍‌ ଯନ୍ତ୍ରଣାରେ ଛାତ୍ର ଜଣକ ତା"ର ମୁଣ୍ଡ ଉପରକୁ ଉଠାଇବାରୁ ସେ ଜୋରଜବରଦସ୍ତ ପୁଣି ତା"ର ମୁଣ୍ଡକୁ ଡେସ୍କରେ ରଖି ଦେଇଥିଲା।

ଭୟରେ ପିଲାଟି ଶ୍ରେଣୀ ଗୃହରୁ ଚାଲି ଯିବାକୁ ଚେଷ୍ଟା କରୁଥିବା ସମୟରେ ମନିଟର ‌ହୋଇଥିବା ଝିଅଟି ପୁଣି ପିଲାଟିକୁ ମାଡ଼ ମାରିଥିଲା।

ଶ୍ରେଣୀ ଗୃହରେ ଏହି ପରି ୮ ମିନିଟ ଚାଲିବା ପରେ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହକୁ ଫେରି ସେମାନଙ୍କୁ ବୁଝାସୁଝା କରି ବସାଇ ଦେଇଥିଲେ।

ପିଲାଟି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ପିଲାଟିର ବାପାମାଆ ତା"ର ଫୁଲି ଯାଇଥିବା ମୁହଁ ଓ ଆଘାତ ଦେଖିବା ପରେ ସ୍କୁଲକୁ ଯାଇ ସିସିଟିଭି ଦେଖିଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ସ୍କୁଲ ପ୍ରଶାସନ ଅଭିଯୁକ୍ତ ଛାତ୍ରୀ (ମନିଟର)ଙ୍କୁ ସ୍କୁଲରୁ ବହିଷ୍କାର କରିଛି।

ପିଲାଟିର ବାପାଙ୍କ ଅଭିଯୋଗ ଉପରେ ପୁଲିସ ଘଟଣାର ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।