+2 Rechecking Results Delay: ଆସିନି ରେଜଲ୍ଟ, ଆରମ୍ଭ ହେଲାଣି ଆଡମିଶନ! ନାମଲେଖାରୁ ବଞ୍ଚିତ ହଜାର ହଜାର ଛାତ୍ରଛାତ୍ରୀ

Jun 30, 2026 - 11:41
+2 Rechecking Results Delay: ଆସିନି ରେଜଲ୍ଟ, ଆରମ୍ଭ ହେଲାଣି ଆଡମିଶନ! ନାମଲେଖାରୁ ବଞ୍ଚିତ ହଜାର ହଜାର ଛାତ୍ରଛାତ୍ରୀ

ରେଜଲ୍ଟକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ। ଏଣେ ଆରମ୍ଭ ହୋଇଗଲାଣି ଆଡମିଶନ। ରାଜ୍ୟରେ ଯୁକ୍ତ ୩ ଆଡମିଶନକୁ ନେଇ ପୁଣି ସାମ୍ନାକୁ ଆସିଛି ବିବାଦ। ପ୍ଲସ୍ ଟୁ ଖାତା ରିଚେକିଂ ଏବଂ ରିଆଡିସନ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ଯୋଗୁଁ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ନିଜ ପସନ୍ଦର କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ପ୍ରତିବର୍ଷ ପ୍ରଥମ ମେରିଟ୍ ଲିଷ୍ଟରେ ରେଭେନ୍ସା ଓ ବିଜେବି ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକର କଟ୍-ଅଫ୍ ମାର୍କ ଅଧିକ ରହୁଛି। ଆଉ ରିଚେକିଂ ରେଜଲ୍ଟରେ ବିଳମ୍ବ ଯୋଗୁଁ ଜଏନ୍ କରିବାରୁ ବାଦ୍ ପଡୁଛନ୍ତି ପିଲା। ସେପଟେ CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ଅଧିକ ସଂଖ୍ୟାରେ ଆବେଦନ ଯୋଗୁଁ କିଛିଟା ସମସ୍ୟା ଦେଖାଦେଇଛି, ଆଜି ସୁଦ୍ଧା ସମସ୍ତଙ୍କୁ ଉତ୍ତର ଖାତା ଯୋଗାଇ ଦିଆଯିବ।