14,000 children: ଗଞ୍ଜାମ: ୧୪ ହଜାର ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ, ଦଶମ ପରେ ପାଠ ଛାଡ଼ିଦେଲେ!

Oct 15, 2026 - 03:05
14,000 children: ଗଞ୍ଜାମ: ୧୪ ହଜାର ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ, ଦଶମ ପରେ ପାଠ ଛାଡ଼ିଦେଲେ!

"ବ୍ରହ୍ମପୁର: ଦଶମ ପଢ଼ିଲେ, ଉତ୍ତୀର୍ଣ୍ଣ ହେଲେ।

ହେଲେ ପରେ ଆଉ ନାମ ଲେଖାଉନାହାନ୍ତି।

ଗଞ୍ଜାମ ଜିଲ୍ଲାରୁ ଦଶମ ପାସ୍ କରିଥିବା ୧୪ ହଜାର ପିଲାଙ୍କ ଏବେ ସନ୍ଧାନ ମିଳୁନି।

ଯାହାକୁ ନେଇ ପ୍ରଶାସନ ଓ ଶିକ୍ଷା ବିଭାଗ ଚିନ୍ତାରେ ପଡ଼ିଯାଇଛି।

ବାସ୍ତବରେ ଏହି ପିଲାମାନେ କେଉଁଆଡ଼େ ଗଲେ ତାହା ଜାଣିବାକୁ ଏକ ମିଳିତ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

Advertisment ସାମ୍ସ ପୋର୍ଟାଲରେ ନାମଲେଖା ଆରମ୍ଭଶ୍ରମ ଓ ଶିକ୍ଷା ବିଭାଗ ଖୋଜିକି ଆଣିବେ Khimji Jewellers: ଖିମଜୀ ଜୁଏଲର୍ସର "ରୌନକ ହୈ ତୁମସେ" ଅଫର ୨୦୨୬ ମାଟ୍ରିକ୍‌ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ୬୩୮ ସ୍କୁଲରୁ ୪୪,୨୦୬ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ।

ସେଥିରୁ ୫୨୨ ପିଲା ଅନୁପସ୍ଥିତ ଥିଲା ବେଳେ ୪୨,୯୧୮ ପରୀକ୍ଷାର୍ଥୀ ପାସ୍‌ କରିଥିଲେ।

ଜିଲ୍ଲାରେ ପାସ୍‌ହାର ୯୮.୨୫ ପ୍ରତିଶତ ରହିଥିବା ବେଳେ ୩୦୪ ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ତେବେ ଦଶମ ପରେ +୨ ନାମ ଲେଖାଇବା ସଂଖ୍ୟା କମିଛି।

ନାମଲେଖା ପ୍ରକ୍ରିୟା ଶେଷ ହୋଇ ନଥିଲେ ବି ଏଯାଏଁ ୧୪ ହଜାରରୁ ଅଧିକ ପିଲା ଦଶମ ପରେ ନାଁ ଲେଖାଇନାହାନ୍ତି।

ସ୍କୁଲ ଡ୍ରପବକ୍ସରୁ ଏହି ନାଁ ଏଯାଏଁ ହଟିନାହିଁ।

କିଛି ପିଲା ଆଇଟିଆଇ, ପଲିଟେକନିକରେ ନାଁ ଲେଖାଇ ପାରିଥାନ୍ତି।

କିନ୍ତୁ ତାହା ୧୪ ହଜାର ନୁହେଁ।

ଇତିମଧ୍ୟରେ ସାମ୍ସ ପୋର୍ଟାଲ ଆଉଥରେ ଖୋଲିଛି।

ଏହା ନଭେମ୍ବର ଯାଏଁ ଚାଲିବ।

ତେଣୁ ନଭେମ୍ବର ଶେଷକୁ ମୋଟ କେତେ ପିଲା କଲେଜରେ ନାଁ ଲେଖାଇଲେ କି ନାହିଁ, ତାହା ଜଣାପଡ଼ିବ ବୋଲି ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...

ଦାଦନପ୍ରବଣ ଜିଲ୍ଲା ଗଞ୍ଜାମରେ ପିଲାମାନେ ଦଶମ ପରେ ସୁରତ, ବେଙ୍ଗାଲୁରୁ, ଚେନ୍ନାଇ ଓ କେରଳ ଆଦି ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି।

ତେଣୁ ଶ୍ରମ ଓ ଶିକ୍ଷା ବିଭାଗ ତରଫରୁ ଏକ ଯୁଗ୍ମ କମିଟି ଗଠନ କରାଯାଇଛି।

କମିଟି ଗାଁ ଗାଁ ବୁଲି ଦଶମ ପାସ୍ କରିଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରିବ।

ଦାଦନ ଯାଇଥିଲେ ଫେରାଇ ଆଣି ପାଠ ପଢ଼ାଇବାର ବ୍ୟବସ୍ଥା କରିବେ ବୋଲି ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)