12 Cattle Rescued: ଗୋରକ୍ଷକଙ୍କ ସାହସିକତା ଯୋଗୁ ପିକଅପରୁ ଉଦ୍ଧାର ହେଲେ ୧୨ ଗୋରୁ

Oct 13, 2026 - 12:08
12 Cattle Rescued: ଗୋରକ୍ଷକଙ୍କ ସାହସିକତା ଯୋଗୁ ପିକଅପରୁ ଉଦ୍ଧାର ହେଲେ ୧୨ ଗୋରୁ

"ସୋର: ସୋର-କୁପାରୀ ରାସ୍ତା ସରଶଙ୍ଖ ଛକ ନିକଟରେ ଏକ ଗୋରୁ ବୋଝେଇ ପିକଅପରୁ ୧୨ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଗୋରକ୍ଷକ ନଦୀଗାଁ ଛକ ନିକଟରେ ଜଗି ରହିଥିଲେ।

ଏହି ସମୟରେ କୁପାରିରୁ ସୋର ଅଭିମୁଖେ ଆସୁଥିବା ଏକ ଗୋରୁ ବୋଝେଇ ପିକଅପକୁ ଅଟକାଇବା ସମୟରେ ଗାଡ଼ିଟି ଦ୍ରୁତ ଗତିରେ ଯାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ ଓ ପରେ ଏକ ଗଛକୁ ଧକ୍କା ଦେଇଥିଲା।Advertisment  ଏହି ସମୟରେ ଗାଡ଼ିର ଚାଳକ ଓ ହେଲପର ଦୁଇଜଣ ଫେରାର ହୋଇଯାଇଥିବା ବେଳେ ଗାଡିରୁ ୧୨ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା।

ଖବର ପାଇ ସୋର ପୁଲିସ ଗୋରୁମାନଙ୍କୁ ସୋର ଗୋଶାଳାରେ ଛାଡିବା ସହିତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Maa Charchika Temple: ବାଙ୍କୀର ଅଧିଷ୍ଠାତ୍ରୀ ମା" ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା, ଷୋଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)