100th Birthday: ଭାରତରତ୍ନ ଲାଲକୃଷ୍ଣ ଆଡ଼ଭାନୀଙ୍କ ଶତାୟୁ ଯାତ୍ରା: ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Nov 08, 2026 - 10:41
100th Birthday: ଭାରତରତ୍ନ ଲାଲକୃଷ୍ଣ ଆଡ଼ଭାନୀଙ୍କ ଶତାୟୁ ଯାତ୍ରା: ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଭାରତରତ୍ନ ଲାଲକୃଷ୍ଣ ଆଡ଼ଭାନୀ ଶନିବାର ଶହେତମ ବର୍ଷରେ ପଦାର୍ପଣ କରିଛନ୍ତି।

୧୯୨୭ ନଭେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଡ଼ଭାନୀଙ୍କ ଦୀର୍ଘ ରାଜନୈତିକ ଜୀବନ ଭାରତୀୟ ରାଜନୀତିର ଏକ ଉଲ୍ଲେଖନୀୟ ଅଧ୍ୟାୟ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଜଡ଼ିତ ଅନେକ ସ୍ମୃତି ଓ ଅନୁଭୂତି ବଖାଣିବା ସହ ତାଙ୍କୁ ଜଣେ ମାର୍ଗଦର୍ଶକ ଓ ଅଭିଭାବକ ଭାବେ ବର୍ଣ୍ଣନା କରିଛନ୍ତି।

ମୋଦୀ କହିଛନ୍ତି, ଆଡ଼ଭାନୀଙ୍କ ସ୍ନେହ, ସାନ୍ନିଧ୍ୟ ଓ ମାର୍ଗଦର୍ଶନ ତାଙ୍କ ସାର୍ବଜନୀନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି।

ରାଜନୀତିର ସୂକ୍ଷ୍ମତା ଶିଖାଇବାଠାରୁ ଆରମ୍ଭ କରି କଠିନ ପରିସ୍ଥିତିରେ ପରାମର୍ଶ ଦେବା ପର୍ଯ୍ୟନ୍ତ ଆଡ଼ଭାନୀ ତାଙ୍କୁ ସବୁବେଳେ ମାର୍ଗଦର୍ଶନ କରିଛନ୍ତି।

ତାଙ୍କର ବିଚାରଗତ ସ୍ପଷ୍ଟତା, ଆତ୍ମବିଶ୍ୱାସ ଓ ସିଦ୍ଧାନ୍ତ ପ୍ରତି ନିଷ୍ଠା ଅନେକ ପିଢ଼ିର ରାଜନୈତିକ କର୍ମୀଙ୍କ ପାଇଁ ପ୍ରେରଣା ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

Advertisment ୧୯୪୭ରେ ଦେଶ ବିଭାଜନ ସମୟରେ ସିନ୍ଧରେ ଥିବା ନିଜ ଘର ଓ ପରିଚିତ ପରିବେଶ ଛାଡ଼ି ଭାରତ ଆସିଥିଲେ ଆଡ଼ଭାନୀ, ଶୂନରୁ ଜୀବନ ଆରମ୍ଭ କରିବାର କଠିନ ଅନୁଭୂତି ସତ୍ତ୍ୱେ ସେ ନିଜ ସଂକଳ୍ପରୁ ବିଚ୍ୟୁତ ହୋଇ ନଥିଲେ।

ପ୍ରଥମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ରାଜସ୍ଥାନରେ କାର୍ଯ୍ୟ କରିବା ପରେ ଦିଲ୍ଲୀ ଆସିଥିଲେ।

ଏଠାରେ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶି ଜନସଂଘକୁ ମଜବୁତ କରିବାରେ ଭୂମିକା ନିଭାଇଥିଲେ।

ପରବର୍ତ୍ତୀ ସମୟରେ ବିଜେପିର ଗଠନ ଓ ସାଂଗଠନିକ ବିସ୍ତାରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା।

୧୯୭୦ ଦଶକରୁ ସଂସଦୀୟ ଯାତ୍ରା ମୋଦୀଙ୍କ କହିବା ଅନୁଯାୟୀ, ୧୯୬୭ରେ ଆଡ଼ବାଣୀ ଦିଲ୍ଲୀ ମହାନଗର ପରିଷଦର ଅଧ୍ୟକ୍ଷ ହୋଇଥିଲେ।

୧୯୭୦ ଦଶକରୁ ତାଙ୍କର ସଂସଦୀୟ ଯାତ୍ରା ଆରମ୍ଭ ହୋଇଥିଲା।

୧୯୭୬ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ହୋଇଥିଲେ।

୧୯୭୭ରେ ଜନତା ସରକାର ଗଠନ ପରେ ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା।

ପରବର୍ତ୍ତୀ ସମୟରେ ସେ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ତାଙ୍କ ସଂଘର୍ଷକୁ ମୋଦୀ ସ୍ମରଣ କରିଛନ୍ତି।

୨୦୨୪ରେ ଭାରତରତ୍ନ ସମ୍ମାନ ଆଡ଼ଭାନୀଙ୍କ ରାଜନୈତିକ ଜୀବନର ଅନ୍ୟତମ ଐତିହାସିକ ଅଧ୍ୟାୟ ଥିଲା ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା।

ଏହି ଯାତ୍ରାର ପରିକଳ୍ପନା ଓ ପ୍ରସ୍ତୁତିରେ ମୋଦୀ ନିଜେ ସାମିଲ ଥିବା ଉଲ୍ଲେଖ କରିଛନ୍ତି।

ଯାତ୍ରା ସମୟରେ ବିହାରରେ ଆଡ଼ଭାନୀଙ୍କ ଗିରଫଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା।

ଏହା ପରେ ମଧ୍ୟ ରାମମନ୍ଦିର ନିର୍ମାଣ ପ୍ରତି ସଂକଳ୍ପ ଅତୁଟ ରହିଥିଲା।

ଆଡ଼ଭାନୀଙ୍କ ସରଳ ଜୀବନଶୈଳୀ, ପଢ଼ିବା ପ୍ରତି ଆଗ୍ରହ, ଇତିହାସର ଗଭୀର ଅଧ୍ୟୟନ ଓ ସାର୍ବଜନୀନ ଜୀବନରେ ସ୍ୱଚ୍ଛତାକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି।

Delhi air pollution: ଦୀପାବଳିରେ 'ବିଷାକ୍ତ' ହୋଇଗଲା ଦିଲ୍ଲୀ-ଏନସିଆରର ଆକାଶ, ବାୟୁ ଗୁଣବତ୍ତା ସୂଚକାଙ୍କ ୩୯୦ ଅତିକ୍ରମ ଦୀର୍ଘ ରାଜନୈତିକ ଜୀବନ ଓ ଦେଶ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ୨୦୨୪ରେ ଆଡ଼ଭାନୀଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।

ତାଙ୍କ ଜୀବନଯାତ୍ରାରେ ପତ୍ନୀ କମଳା ଆଡ଼ଭାନୀଙ୍କ ଅବଦାନକୁ ମଧ୍ୟ ମୋଦୀ ସ୍ମରଣ କରିଛନ୍ତି।

ଶତତମ ବର୍ଷରେ ପଦାର୍ପଣ ଅବସରରେ ଆଡ଼ଭାନୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବା ସହ ତାଙ୍କ ଅଭିଜ୍ଞତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)