Welcome!

Unlock your personalized experience.
Sign Up

10,000 families: ୯ ସହରାଞ୍ଚଳର ୧୦ ହଜାର ପରିବାରଙ୍କୁ ମିଳିବ ଘର: ଆବାସ ମିସନ କାର୍ଯ୍ୟନିର୍ବାହୀ କମିଟି ବୈଠକ

Oct 17, 2026 - 06:50
10,000 families: ୯ ସହରାଞ୍ଚଳର ୧୦ ହଜାର ପରିବାରଙ୍କୁ ମିଳିବ ଘର: ଆବାସ ମିସନ କାର୍ଯ୍ୟନିର୍ବାହୀ କମିଟି ବୈଠକ

ଭୁବନେଶ୍ୱର: ସହରାଞ୍ଚଳର ଗରିବ, ଅସହାୟ ଓ ଅବହେଳିତ ବର୍ଗଙ୍କୁ ସୁଲଭ ଆବାସ ଯୋଗାଇଦେବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସୁଲଭ ଆବାସ ସହଭାଗିତା (ଏଏଚ୍‌ପି)ରେ ରାଜ୍ୟର ୯ଟି ସହରାଞ୍ଚଳରେ ୧୦ହଜାର ପରିବାରଙ୍କୁ ଘର ଯୋଗାଇଦେବାକୁ ଚୂଡ଼ାନ୍ତ ହୋଇସାରିଛି। ଯେଉଁଥିରେ ବିଶେଷ କରି ବସ୍ତି ଅଞ୍ଚଳର ନିରାଶ୍ରିତ, ଭୂମିହୀନ ଓ ବୟସ୍କଙ୍କୁ ଅଗ୍ରାଧିକାର ଦେବାକୁ ଓଡ଼ିଶା ବାସଯୋଗ୍ୟ ଆବାସ ମିସନ (ଓଏଲ୍‌ଏଚ୍‌ଏମ୍‌)ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୁରୁତ୍ବ ଦିଆଯାଇଛି।

Alishan: ଆଲିଶାନର ‘ବିଗ୍ ବ୍ରାଣ୍ଡ୍‌’ ପୂଜା ଅଫର୍

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଉନ୍ନତି ଭବନଠାରେ ଓଡ଼ିଶା ବାସଯୋଗ୍ୟ ଆବାସ ମିସନ (ଓଏଲ୍‌ଏଚ୍‌ଏମ୍‌)ର ତୃତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁଲଭ ଆବାସ ଯୋଜନାର ଅଗ୍ରଗତି, ମିସନ୍‌ର ଆର୍ଥିକ ପରିଚାଳନା ଓ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା। ଗୃହ ନିର୍ମାଣ ଯୋଜନାକୁ କାଗଜପତ୍ରରେ ସୀମିତ ନରଖି କାର୍ଯ୍ୟକାରୀ କରିବା ସହ ଯୋଗ୍ୟ ପରିବାରଙ୍କୁ ନିର୍ଦ୍ଧାରିତ ସମୟରେ ଏହାର ସୁଫଳ ପହଞ୍ଚାଇବାକୁ ଶ୍ରୀମତୀ ପାଢ଼ୀ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଆବାସ ମିସନ କାର୍ଯ୍ୟନିର୍ବାହୀ କମିଟି ବୈଠକ
ନିରାଶ୍ରୟ, ଭୂମିହୀନ, ବୟସ୍କଙ୍କୁ ଗୁରୁତ୍ବ

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିସନ୍‌ ଅଧୀନରେ ପ୍ରସ୍ତାବିତ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଶୀଘ୍ର ଚୂଡ଼ାନ୍ତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳର ଅସହାୟ ବର୍ଗଙ୍କ ଆବାସ ଓ ଜୀବନଧାରଣ ସମ୍ବନ୍ଧୀୟ ଆବଶ୍ୟକତାକୁ ଏହି ଯୋଜନାରେ ପ୍ରାଥମିକତା ଦେବାକୁ ସେ କହିଥିଲେ। ବିଶେଷ କରି ନିରାଶ୍ରୟ, ଭୂମିହୀନ ପରିବାର ଓ ବୟସ୍କଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ ଉପରେ ଜୋର୍‌ ଦିଆଯାଇଥିଲା। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଏହି ବର୍ଗଙ୍କୁ ପ୍ରାଥମିକତା ଦେବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ। ୨୦୨୫-୨୬ ଆର୍ଥିକ ବର୍ଷର ଅଡିଟ୍‌ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ୨୦୨୬-୨୭ ବର୍ଷର ବାର୍ଷିକ କାର୍ଯ୍ୟ ଯୋଜନା ଓ ଚିଠା ବଜେଟ୍‌କୁ କମିଟି ଅନୁମୋଦନ କରିଥିଲା। ବୈଠକରେ ଓଏଲ୍‌ଏଚ୍‌ଏମ୍‌ର ମିସନ୍‌ ନିର୍ଦ୍ଦେଶକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ପରାମର୍ଶଦାତା, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନର ମୁଖ୍ୟଯନ୍ତ୍ରୀ, ଓଏଲ୍‌ଏଚ୍‌ଏମ୍‌ର ଅତିରିକ୍ତ ମିସନ୍‌ ନିର୍ଦ୍ଦେଶକଙ୍କ ସମେତ ଶକ୍ତି ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌, ମହିଳା ଓ ଶିଶୁ ବିକାଶ ବିଭାଗ, ଟାଟା ଟ୍ରଷ୍ଟ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)