୫୦ ମିଟର ଉଡ଼ି ଗଛରେ ପିଟିହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଉଦଳା ଥାନା ଦୁତିକାଦେଇପୁର ଗାଁ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୃତଗତିରେ ବାଇକ୍ ଚଳାଇବା ସମୟରେ ଭାରସାମ୍ୟ ହରାଇ ବାଇକ୍ଟି ପ୍ରାୟ ୫୦ ମିଟର ଉଡ଼ି ଗଛରେ ପିଟି ହୋଇଥିଲା। ଏଥିରେ ବାଇକ୍ଟି ଚୁରମାର ହୋଇଯିବା ସହ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକ ହେଉଛନ୍ତି ତେଲଦିହୁଡି ଗାଁର ବିକାଶ ଦଳେଇ। ଗତକାଲି ବିଳମ୍ବିତ ରାତିରେ ସେ ବେପରୁଆ ଭାବେ ବାଇକ୍ ଚଳାଇ ଖଲାଡି ଅଭିମୁଖେ ଯାଉଥିଲେ। ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ମଧ୍ୟ କଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସକାଳୁ ପଥଚାରୀମାନେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
