୪ଟି କିଡନୀ ଥିବା ଝିଅ

Jun 21, 2026 - 06:18
୪ଟି କିଡନୀ ଥିବା ଝିଅ

 

ଉତ୍ତର ପ୍ରଦେଶର ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ୭ ବର୍ଷର ଶିଶୁ କନ୍ୟାର ଶରୀରରେ ୪ଟି ଅଧା-କିଡନୀ ଥିବା ଭଳି ଏକ ଅତ୍ୟନ୍ତ ବିରଳ ମାମଲା ସାମନାକୁ ଆସିଛି । ସାଧାରଣତଃ ମଣିଷ ଶରୀରରେ ଦୁଇଟି କିଡନୀ ଥାଏ ଓ ସେଥିରୁ ଗୋଟିଏ ଲେଖାଏଁ ନଳୀ ବାହାରିଥାଏ, ମାତ୍ର ଏହି ଶିଶୁ କନ୍ୟାଙ୍କ କ୍ଷେତ୍ରରେ ୪ଟି ଅଧା କିଡନୀ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ଏହାସହ ସେଥିରୁ ୪ଟି ଅଲଗା ଅଲଗା ନଳୀ ବାହାରିଛି, ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ 'ଡୁପ୍ଲେକ୍ସ କିଡନୀ' କୁହାଯାଏ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଡାକ୍ତରମାନେ ରୋବୋଟିକ୍ ସର୍ଜରୀର ସହାୟତାରେ ଏହି କିଡନୀର ସଂରଚନାକୁ ସୁଧାରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।  ସେହିଭଳି ଝିଅର ଏହି ଅସୁସ୍ଥତା ଦ୍ୱାରା ଅନୁପ୍ରେରିତ ହୋଇ ତାଙ୍କ ପିତା 'ଜ୍ୟୋତିଷୀୟ ଦୃଷ୍ଟିକୋଣରୁ କିଡନୀ ରୋଗର ଏକ ପ୍ରାୟୋଗିକ ଅଧ୍ୟୟନ' ବିଷୟ ଉପରେ ନିଜେ ଏକ ଗବେଷଣା ଆରମ୍ଭ କରିଛନ୍ତି । ଏଥିପାଇଁ ସେ ବିଭିନ୍ନ ଡାକ୍ତରଖାନାରୁ କିଡନୀ ରୋଗରେ ପୀଡ଼ିତ ପିଲାମାନଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲିଟିଛି ।