୩ ସିଜେପି ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

Oct 13, 2026 - 11:33
୩ ସିଜେପି ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ସିଜେପି ନେତା ସୌରଭ ଦାସ, ଆଶୁତୋଷ ରଙ୍କା  ଓ ଅଜିଙ୍କ୍ୟ ସିନ୍ଦେ ଅଟକ। ୩ ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ। ଯନ୍ତର ମନ୍ତରରେ ପ୍ରବେଶ କରିବା ଲାଗି ଏକ ଗେଟରେ ଡେଇଁବା ପରେ ସେମାନଙ୍କୁ ଅଟକ ରଖିଛି ପୋଲିସ। ୩ ନେତାଙ୍କ ସହ କିଛି କର୍ମୀଙ୍କୁ ଅଟକ ରଖିଛି ପୋଲିସ। ଏହି ୩ ନେତାଙ୍କ ସମେତ କିଛି କର୍ମୀ ଜନତା ଦଳ(ସଂଯୁକ୍ତ) ଅଫିସ ପଟୁ ଯନ୍ତର ମନ୍ତରରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲା ପୋଲିସ। ମାତ୍ର ସେମାନେ ପ୍ରବେଶ କରିବାବେଳେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ। ସୌରଭ ଓ ସହକର୍ମୀମାନେ ଇନକିଲାବ ଜିନ୍ଦାବାଦ ଓ ଭାରତ ମାତା କୀ ନାରା ଦେଉଥିବା ଦେଖାଯାଇଥିଲା। ଯନ୍ତର ମନ୍ତରକୁ ଧାରଣାସ୍ଥଳର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ସିଜେପି ପୁଣି ଆନ୍ଦୋଳନ କରିଥିଲା।  ସେପଟେ ମୁଖପାତ୍ର ସୌରଭ ଦାସ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ଆପଣମାନେ ଅଟକ ରହୁଛନ୍ତି ତେବେ ଷ୍ଟ୍ରାଟେଜି ସମ୍ପର୍କରେ ପୁନର୍ବିଚାର କରନ୍ତୁ। ଆମର ବିଫଳତା ଲାଗି ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)