୨୮ରେ ଓଟିଇଟି ପରୀକ୍ଷା , ଆଜିଠାରୁ ଆଡମିଟ କାର୍ଡ ପାଇ ପାରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆସନ୍ତା ୨୮ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଆବେଦନକାରୀମାନେ ଆଜିଠୁ ବୋର୍ଡ ୱେବ୍ସାଇଟ୍ରୁ ସେମାନଙ୍କ ଆଡ୍ମିଟ୍କାର୍ଡ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି । ଆବେଦନକାରୀ ଫର୍ମପୂରଣ ସମୟରେ ଦେଇଥିବା ମୋବାଇଲ୍ ନମ୍ବର ଓ ପାସ୍ୱାର୍ଡ ବ୍ୟବହାର କରି ଆଡ୍ମିଟ୍ କାର୍ଡ ପାଇପାରିବେ।
ଚଳିତ ଥର ଇନ୍ସର୍ଭିସ୍ ଶିକ୍ଷକ ଏବଂ ନୂଆ ପ୍ରାର୍ଥୀ ମିଶି ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଏଥିରେ ୮୪ ହଜାର ୬୨୫ ରେଗୁଲାର ଓ ୧୩ ହଜାର ୫୮୪ ଜଣ ଇନ୍ସର୍ଭିସ୍ ସର୍ଭିସ ଶିକ୍ଷକ ରହିଛନ୍ତି ।
ଆସନ୍ତା ୨୮ ତାରିଖରେ ଦୁଇଟି ଯାକ ପେପର୍ରେ ହେବାକୁ ଥିବା ପରୀକ୍ଷା ମଧ୍ୟରୁ ପେପର୍-୧ ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।
ସେହିପରି ଦ୍ୱିତୀୟ ପେପର୍ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍ଆର୍ ସିଟ୍ରେ ହେବ।
ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩୦ଟି ଜିଲ୍ଲାରେ ମୋଟ ୩୧୧ଟି ସେଣ୍ଟର୍ ଚୟନ କରାଯାଇଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ସିସିଟିଭି ବଳୟରେ ରହିବ। ପ୍ରଶ୍ନପତ୍ରର ଭାଇରାଲ୍ ରୋକିବା ଲାଗି ଡିଜି ଲକର୍ରେ ପ୍ରଶ୍ନପତ୍ରଗୁଡ଼ିକ ବୋର୍ଡ କାର୍ଯ୍ୟାଳୟରରୁ ସେଣ୍ଟର୍କୁ ଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।