୧୯ ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରି-ଚେକିଂ ପରୀକ୍ଷାଫଳ

Jun 17, 2026 - 16:37
୧୯ ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରି-ଚେକିଂ ପରୀକ୍ଷାଫଳ

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ (ରିଚେକିଂ) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ ।ଆବେଦନକାରୀ ପରୀକ୍ଷାର୍ଥୀଙ୍କ ଫଳ ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ ।

ଚଳିତ ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍‌ ଲାଗି ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ କରିଥିଲେ । ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍‌ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍‌ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଖବର ମିଳିଛି । ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ସଂଶୋଧିତ ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ପାଇପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି । +୨ ପାଠ୍ୟକ୍ରମ ପଢ଼ିବା ପାଇଁ ଆବେଦନର ଶେଷ ସମୟ ଆସନ୍ତା ୩୦ ତାରିଖ ଧାର୍ଯ୍ୟ ଥିବାରୁ ଏହା ପୂର୍ବରୁ ଚେକିଂ ଆଡିସନ୍‌ରେ ସଂଶୋଧିତ ଫଳ ପ୍ରକାଶ କରାଇବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।