ୟୁକ୍ରେନର ବିଭିନ୍ନ ସହରରେ ରୁଷ୍‌ର ଭୟଙ୍କର ଆକ୍ରମଣ, ୮ ମୃତ

Jul 30, 2026 - 23:03
ୟୁକ୍ରେନର ବିଭିନ୍ନ ସହରରେ ରୁଷ୍‌ର ଭୟଙ୍କର ଆକ୍ରମଣ, ୮ ମୃତ

କିବ୍: ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁ‌ଷ୍‌ ଆଜି  କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିଛି ଏବଂ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଲୋକ  ଏହି ଆକ୍ରମଣରେ ଆହତ ହୋଇଛନ୍ତି। ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଡୋନେସ୍କ, ଖାରକିଭ୍‌, ନିପ୍ରୋପେଟ୍ରୋଭସ୍କ, ଜାପୋରିଝିଆ ଓ ଖେରସନ ଅଞ୍ଚଳ ରୁଷ୍‌ ଆକ୍ରମଣ ଯୋଗୁ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଅନେକ ବାସଗୃହ, ବ୍ୟବସାୟିକ କୋଠା ଓ ଅନ୍ୟାନ୍ୟ ନାଗରିକ ଭିତ୍ତିଭୂମି ମଧ୍ୟ ଏଥିଯୋଗୁ କ୍ଷତିଗ୍ରସ୍ତ ‌ହୋଇଛି।  କେତେକ ସ୍ଥାନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୂପ ତଳେ ଫସିଥିବା ଲୋକଙ୍କୁ ଖୋଜିବା କାମ ଜାରି ରଖିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ୟୁକ୍ରେନ ବାୟୁସେନା କହିଛି, ରୁଷ୍‌ ପକ୍ଷରୁ ଛଡ଼ାଯାଇଥିବା ଅନେକ ଡ୍ରୋନ୍‌ ଓ ମିସାଇଲ୍‌କୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ଖସାଇ ଦିଆଯାଇଥିଲେ ମଧ୍ୟ କିଛି ଅସ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚି କ୍ଷତି ଘଟାଇଛି। ଆକ୍ରମଣ ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଜରୁରୀ ସେବା ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଉକ୍ତ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।