ହାଣ୍ଡିଆ ଦେଇ ଖୋଲୁଛନ୍ତି ମୁଲ୍ ଆକାଉଣ୍ଟ, ଠକଙ୍କ ଟଙ୍କା ଲେଣଦେଣ କରି ନେଉଛନ୍ତି ମୋଟା କମିଶନ

Aug 22, 2026 - 15:57
ହାଣ୍ଡିଆ ଦେଇ ଖୋଲୁଛନ୍ତି ମୁଲ୍ ଆକାଉଣ୍ଟ, ଠକଙ୍କ ଟଙ୍କା ଲେଣଦେଣ କରି ନେଉଛନ୍ତି ମୋଟା କମିଶନ

ନନ୍ଦିଘୋଷ ବ୍ୟୁରୋ ; ହାଣ୍ଡିଆ ଦେଇ ଖୋଲୁଥିଲେ ମୁଲ୍ ଆକାଉଣ୍ଟ, ଆଉ ସେହି ଆକାଉଣ୍ଟରେ ଆସୁଥିଲା ସାଇବର ଠକେଇ ଟଙ୍କା। ଠକେଇ ଟଙ୍କାର ଲେଣଦେଣରେ ସହଯୋଗ କରି ମୋଟା ଅଙ୍କର କମିଶନ ନେଉଥିଲେ ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନ୍‌ର ପର୍ଦ୍ଦାଫାସ କରୁଛି ସାଇବର ଥାନା ପୋଲିସ। ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂଙ୍କୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଅଞ୍ଚଳରେ ମୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କ ଠକେଇ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲେ ଅଭିଯୁକ୍ତ। ୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ସାଇବର ଠକମାନେ ଠକିଥିଲେ। ପରେ ହ୍ୱାଟ୍ସଆପ୍‌ରେ ଏକ ଆପ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା।

ସାଇବର ଠକମାନେ ବିଶେଷ କରି ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ। ଏହି ଠକେଇ ଚେନ୍‌ର ଲିଙ୍କ୍ ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତା ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ସାଇବର ପୋଲିସ। ରାଜେନ୍ଦ୍ର ସିଂଙ୍କ ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍‌ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)