ସ୍ତ୍ରୀକୁ ଫେରାଇବାକୁ ନରବଳି! ତନ୍ତ୍ର ପୂଜା ପରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

Aug 22, 2026 - 11:58
ସ୍ତ୍ରୀକୁ ଫେରାଇବାକୁ ନରବଳି! ତନ୍ତ୍ର ପୂଜା ପରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ :  ବଲାଙ୍ଗୀର ନରବଳି ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ। ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅବିଳାଷ ଜୀ। ସ୍ତ୍ରୀଙ୍କୁ ବାପଘରୁ ଫେରାଇ ଆଣିବା ଆଶାରେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତୋଷ ଖର୍ସେଲଙ୍କୁ ନରବଳି ଦେଇଥିବା ପୋଲିସ ସ୍ପଷ୍ଟ କରିଛି। ଦେଓଗାଁ ଥାନା ଅନ୍ତର୍ଗତ ବଗଡ଼ା ଗାଁରେ ଘଟିଥିବା ଏହି ନାରକୀୟ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ସନ୍ତୋଷ ଜଣେ ମାନସିକ ଅନଗ୍ରସର ଯୁବକ ଥିଲେ।

ପୋଲିସର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୮ ତାରିଖରେ ଶତ୍ରୁଘ୍ନ ଭୋଜି କରିବାର ଲୋଭ ଦେଖାଇ ସନ୍ତୋଷଙ୍କୁ ନିଜ ଗାଁକୁ ନେଇଥିଲେ। ପ୍ରଥମେ ତାଙ୍କୁ ଗାଁର ମଶାଣିକୁ ନେଇ ସେଠାରେ ପ୍ରେତ ପୂଜା କରିଥିଲେ। ପରେ ରାତିରେ ସନ୍ତୋଷଙ୍କୁ ନିଜ ଘରକୁ ନେଇଯାଇଥିଲେ।

ବିଳମ୍ବିତ ରାତିରେ ତନ୍ତ୍ର ପୂଜା ପରେ ଶତ୍ରୁଘ୍ନ କଟୁରୀରେ ସନ୍ତୋଷଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୁଣ୍ଡବିହୀନ ମୃତଦେହକୁ ଗାଁ ନିକଟ ଏକ ଗାଡ଼ିଆରେ ଫୋପାଡ଼ି ଦେଇଥିଲେ। ଏହାପରେ କଟାମୁଣ୍ଡକୁ ନିଜ ପୂଜାଘରେ ମାଟି ଖୋଳି ପୋତି ଦେଇଥିଲେ। ତା’ ଉପରେ ସିନ୍ଦୂର, ଫୁଲ ଓ ବେଲପତ୍ର ଦେଇ ପୂଜା କରିଥିବା ତଦନ୍ତରୁ ଜଣାପଡ଼ିଛି।

ପ୍ରାୟ ୧୦ ବର୍ଷ ପୂର୍ବରୁ ଶତ୍ରୁଘ୍ନଙ୍କ ଆଚରଣ ଓ ପାଗଳାମି ଯୋଗୁଁ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ନରବଳି ଦେଲେ ସ୍ତ୍ରୀ ପୁଣି ତାଙ୍କ ପାଖକୁ ଫେରିଆସିବେ ବୋଲି ଶତ୍ରୁଘ୍ନ ବିଶ୍ୱାସ କରୁଥିବା ପୋଲିସ କହିଛି। ଘଟଣାର ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ପୂଜାଘରୁ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)