ସୁନେତ୍ରା ପାୱାରଙ୍କ ବିରୋଧରେ କଂଗ୍ରେସର ‘ଗୁଙ୍ଗି ଗୁଡ଼ିୟା’ ପୋଷ୍ଟକୁ ଏନ୍ସିପିର ତୀବ୍ର ବିରୋଧ
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ବିରୋଧରେ କଂଗ୍ରେସର ‘ଗୁଙ୍ଗି ଗୁଡ଼ିୟା’ ପୋଷ୍ଟ୍କୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଏନ୍ସିପି ନେତାମାନେ ଏହି ଟିପ୍ପଣୀକୁ ବିରୋଧ କରି ଆଜି ମୁମ୍ବାଇସ୍ଥିିତ କଂଗ୍ରେସର ପାର୍ଟି ଅଫିସ୍ରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀକୁ ଧସେଇ ପଶିଥିଲେ। ଏନ୍ସିପି ନେତାମାନେ ସ୍ଲୋଗାନ ଦେଇ ଏହି ଘଟଣାରେ ରାଜ୍ୟ କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲଙ୍କ ନିକଟରୁ କ୍ଷମା ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟ କଂଗ୍ରେସ ପକ୍ଷରୁ ସୋମବାର ସୁନେତ୍ରାଙ୍କୁ ‘ଗୁଙ୍ଗି ଗୁଡ଼ିୟା’ କୁହାଯିବା ପରେ ଏନ୍ସିପି ନେତାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏନ୍ସିପି ନେତାମାନେ କହିଛନ୍ତି, କଂଗ୍ରେସ କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ବ୍ୟବହାର କରାଯାଇଥିବା ଏଭଳି ଟିପ୍ପଣୀକୁ ସମର୍ଥନ କରୁଛି? ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ। ଏହା ମଧ୍ୟ ରାଜ୍ୟରେ ମହିଳାମାନଙ୍କ ପ୍ରତି ଏକ ଅପମାନ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।