ସିଜେପି ପାଇଁ ରାଜଧାନୀରେ ଲାଗିଲା ୧୬୩ ଧାରା !

Oct 16, 2026 - 12:14
ସିଜେପି ପାଇଁ ରାଜଧାନୀରେ ଲାଗିଲା ୧୬୩ ଧାରା !

ନନ୍ଦିଘୋଷ ବ୍ୟୁରୋ: ସିଜେପି ପାଇଁ ଥରହର ଦିଲ୍ଲୀ ପୋଲିସ । ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ବଡ ଧରଣର ପରିବର୍ତ୍ତନ  । ୨୧ ରୁଟ୍ ରେ ଗାଡି ଚଳାଚଳ ମନା ! ଶୁକ୍ରବାର ଦିଲ୍ଲୀ କନ୍ନଟ୍ ପ୍ଲେସ ନିକଟସ୍ଥ ସେଣ୍ଟ୍ରାଲ ପାର୍କରେ ଏକ ତ୍ରିରଙ୍ଗା ରାଲି ଆୟୋଜନ କରିଛି କକ୍ରୋଚ ଜନତା ପାର୍ଟି । ଯଦିଓ ଦିଲ୍ଳୀ ପୋଲିସ ଏଥିପାଇଁ ଅନୁମତି ଦେଇନାହିଁ, ତଥାପି ସୁରକ୍ଷା ଦୃଷ୍ଟିରୁ କନ୍ନଟ୍ ପ୍ଲେସରେ ୧୬୩ ଧାରା ଲାଗୁ କରାଯାଇଛି ।  ସେହିଭଳି ମେଟ୍ରୋ ଷ୍ଟେସନଗୁଡିକରେ ବି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଫଲରେ ଆଜି ଟ୍ରାଫିକ୍ ଉପରେ ବଡ ପ୍ରଭାବ ପଡିପାରେ ।   ଦିଲ୍ଳୀ ପୋଲିସ କର୍ମଚାରୀମାନେ ସକାଳଠାରୁ କନ୍ନଟ୍ ପ୍ଲେସରୁ ଜନପଥ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛି । ଏହାସହ ପ୍ରଦର୍ଶକାରୀଙ୍କୁ ପୋଲିସ ନିୟମ ପାଳନ କରିବାକୁ ନିବେଦନ କରିଛି ।

କନ୍ନଟ୍ ପ୍ଲେସର ସେଣ୍ଟ୍ରାଲ ପାର୍କ, ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ମଣ୍ଡି ହାଉସ୍ ଷ୍ଟେସନରେ ନୂତନ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାସହିତ, ନୂଆଦିଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳରେ ୨୫,୦୦୦ ରୁ ଅଧିକ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିବା ସୁଚନା ମିଳିଛି । ସମଗ୍ର ଅଂଚଳରେ ଯେକୌଣସି ବଡ ଧରଣର ପ୍ରତିବାଦ, ସ୍ଲୋଗାନ କିମ୍ବା ପାଞ୍ଚ ଜଣରୁ ଅଧିକ ଲୋକଙ୍କ ସମାବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ସେହିପରି କନ୍ନଟ୍ ପ୍ଲେସ ନିକଟରେ ୬,୦୦୦ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରଯାଇଛି । କେବଳ ସେତିକି ନୁହେଁ, ସିଜେପି ପ୍ରତିବାଦ ପୂର୍ବରୁ ସୁରକ୍ଷା ଏବଂ ପ୍ରଶାସନିକ କାରଣ ଦର୍ଶାଇ କନ୍ନଟ ପ୍ଲେସର ମଧ୍ୟଭାଗରେ ଅବସ୍ଥିତ ସେଣ୍ଟ୍ରାଲ ପାର୍କକୁ ଅକ୍ଟୋବର ୧୬ ଏବଂ ୧୭ ତାରିଖ ଦୁଇ ଦିନ ବନ୍ଦ କରିବାକୁ ନୂଆଦିଲ୍ଲୀ ପୌର ପରିଷଦ ନିଷ୍ପତ୍ତି ନେଇଛି । ଆଜି ଏହା ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ପାର୍କର ଚାରିପାଖରେ ବ୍ୟାରିକେଡ୍ ମଧ୍ୟ ନିର୍ମାଣ କରାଯାଇଛି ।

ଏହି ପଦଯାତ୍ରା ପାଇଁ ପୋଲିସ ଆଲର୍ଟରେ ଥିବା ବେଳେ ଆଖପାଖ ଅଞ୍ଚଳରେ ଅପରାହ୍ନ ୩ଟାରୁ ପ୍ରବଳ ଟ୍ରାଫିକ ଜାମ୍ ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ୨୧ ଟି ରୁଟ୍ ପରିବର୍ତ୍ତନ ପାଇଁ ଯୋଜନା ରହିଛି । ଏହି ଅନୁସାରେ,ସଂସଦ ମାର୍ଗ, ବାବା ଖଡକ ସିଂହ ମାର୍ଗ, ମିଣ୍ଟୋ ରୋଡ୍, ବାରଖମ୍ବା ରୋଡ୍, ଜନପଥ, କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଡିଡିୟୁ ମାର୍ଗ ଭଳି ବ୍ୟସ୍ତବହୁଳ ରାସ୍ତାରେ ଟ୍ରାଫିକକୁ ପରିବର୍ତ୍ତନ କରାଯାଇପାରେ ।  ସେହିଭଳି ରାଜୀବ ଚୌକ, ପଟେଲ, ଜନପଥ ମଣ୍ଡୀ ହାଉସ୍ ସମେତ ନିକଟବର୍ତ୍ତୀ ମେଟ୍ରୋ ଷ୍ଟେସନଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେଣୁ ଅଫିସରୁ ଘରକୁ ଫେରୁଥିବା ଏବଂ ପଦଯାତ୍ରୀମାନଙ୍କୁ ଏହି ରାସ୍ତାରେ ଯିବାକୁ ବାରଣ କରିଛି ପୋଲିସ  । ଯଦି ଆବଶ୍ୟକ ହୁଏ, ତେବେ ଜାମ୍ କୁ ଏଡାଇବା ପାଇଁ ସଡକ ପରିବହନ ପରିବର୍ତ୍ତେ ମେଟ୍ରୋର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)