ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ।

Sep 02, 2026 - 12:21
ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ  ଘଟଣାର ପର୍ଦ୍ଦାଫାସ।

ନନ୍ଦିଘୋଷ ବ୍ୟୁରୋ :ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କର ମୃତ୍ୟୁ  ଘଟଣାର ପର୍ଦ୍ଦାଫାସ। ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ପୋଲିସ। କନ୍ଧମାଳ ଗୋଚ୍ଛାପଡ଼ା ଥାନା ନେଡିପଦର ଗାଁ ଘଟଣା। ତଦନ୍ତରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଗୁଣିଆ ଅନୀଲ ପ୍ରଧାନ ଓରଫ୍ ମିଥୁନ ଦିଗାଲ ଓ  ସହଯୋଗୀ ବ୍ରୁଡିପଡ଼ା ଗାଁର ସିତାୟା କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୋଲିସ l

ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍‌ପି। ସୂଚନା ଅନୁଯାୟୀ, ନେଡ଼ିପଦର ଗାଁର କାହ୍ନୁଚରଣ କହଁର ଓ ତାଙ୍କ ପତ୍ନୀ ଲଳିତା କହଁରଙ୍କ ବିବାହର ୨୦ ବର୍ଷ ପରେ ମଧ୍ୟ ସନ୍ତାନ ହୋଇ ନ ଥିଲା l ନିଜକୁ ଗୁଣିଆ ପରିଚୟ ଦେଇ ଅନୀଲ ସନ୍ତାନ ପ୍ରାପ୍ତି ପାଇଁ ଔଷଧ ଦେବ ବୋଲି କହିଥିଲା। ଏଥିପାଇଁ ଦମ୍ପତିଙ୍କଠାରୁ ପ୍ରଥମେ ୩୦ ହଜାର ଟଙ୍କା ଓ ପରେ ପ୍ରାୟ ୧ ଲକ୍ଷ ଟଙ୍କାର ସୁନାଗହଣା ନେଇଥିଲା।

ତେବେ ଔଷଧ ଖାଇବା ପରେ ମଧ୍ୟ କୌଣସି ଫଳ ନମିଳିବାରୁ କାହ୍ନୁ ଟଙ୍କା ଓ ସୁନାଗହଣା ଫେରସ୍ତ ମାଗିଥିଲେ। ସେପଟେ ଅନୀଲଙ୍କ ସହ ଲଳିତାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ସେ ବିବାହ ପାଇଁ ଜିଦ ଧରିଥିଲେ। ଅନୀଲ ପୂର୍ବରୁ ବିବାହିତ ଥିବାରୁ ୨ ଜଣଙ୍କୁ ରାସ୍ତାରୁ ହଟାଇବାକୁ ଔଷଧ କହି କୀଟନାଶକ ଖାଇବାକୁ ଦେଇଥିଲା। ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଅନୀଲକୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାବେଳେ ତା ନାଁରେ ତାମିଲନାଡୁର ବିଭିନ୍ନ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରହିଛି। ସେଠାରେ ମାମଲା ରୁଜୁ ପରେ ସେ ପରିଚୟ ବଦଳାଇ ଅନିଲ ପ୍ରଧାନ ନାମରେ ଫୁଲବାଣୀରେ ରହୁଥିଲା…।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)