ସତ୍ୟବାଦୀ ବ୍ଲକ ଅଫିସରେ ପଶି ଭଙ୍ଗାରୁଜା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡିର ଧାରଣା

Oct 15, 2026 - 13:58
ସତ୍ୟବାଦୀ ବ୍ଲକ ଅଫିସରେ ପଶି ଭଙ୍ଗାରୁଜା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡିର ଧାରଣା

କଣାସ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଫିସରେ ପଶି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅଫିସରେ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି। ଏହି ଦାବି କରି ବ୍ଲକ ଅଫିସରେ ତାଲା ପକାଇ ଧାରଣା ଦେଇଛି ବିଜେଡି। ଅଭିଯୁକ୍ତ ମାନେ ବିଜେପି କର୍ମୀ ହୋଇଥିବାର ଅଭିଯୋଗ। ରାତିସାରା ବ୍ଲକ୍ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ ବିଜେଡି କର୍ମୀ । ଆଜି ଦଶଟାରୁ ତାଲା ପକାଇ ଅଫିସ ଆଗରେ ବସିଛନ୍ତି ବିଜେଡି କର୍ମୀ । କାହା ଭିତରକୁ ଛାଡ଼ୁ ନାହାନ୍ତି। ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ଯାଏ ଧାରଣାରୁ ହଟିବେନି ବୋଲି କହିଛନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ତାଙ୍କ ସମର୍ଥକ। ଗତକାଲି ସୁନୀଲ କୁମାରଙ୍କ ପଣ୍ଡାଙ୍କ ଅଫିସରେ ପଶି ବିଜେପି କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆସବାବ, କମ୍ପ୍ୟୁଟର ଭାଙ୍ଗିଦେଇଛନ୍ତି । ଜରୁରୀ କାଗଜ ପତ୍ର ନଷ୍ଟ କରିଛନ୍ତି । ଅଫିସରେ କେହି ନ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନେ। ବାହାରେ ଥିବା କିଛି ଗାଡି ବି ଭାଙ୍ଗିଛନ୍ତି।
ଅନ୍ୟପଟେ ସତ୍ୟବାଦୀ ଆକ୍ରମଣକୁ ଯୋଜନାବଦ୍ଧ ବୋଲି କହିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଦୋଷୀଙ୍କୁ ଗିରଫ ନ କଲେ ଆସନ୍ତାକାଲି ବଡ଼ ଆନ୍ଦୋଳନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଉମା ସାମନ୍ତରାୟ ଅଭିଯୋଗ କରିଛନ୍ତି । ବିଜେପି ସରକାର ଯେବେଠାରୁ ଆସିଛି, ସେବେଠାରୁ ଗଣତନ୍ତ୍ରର ହତ୍ୟା ହେଉଛି। ବିଧାୟକଙ୍କ ଚାରି ପାଖରେ ବସୁଥିବା ଲୋକ ଏ ଆକ୍ରମଣରେ ସାମିଲ ଅଛନ୍ତି। ବିଡ଼ମ୍ବନାର କଥା ହେଉଛି ଦୋଷ ନ ଥିଲେ ମଧ୍ୟ ମିଛ କେଶରେ ବିଜେଡି ଲୋକଙ୍କୁ ଅଧ ଘଂଟାରେ ଗିରଫ କରାଯାଇଛି। ହେଲେ ଏ ଘଟଣାରେ ସବୁ ପ୍ରମାଣ ଥାଇ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ। ଏ ଘଟଣାରେ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ସମସ୍ତଙ୍କୁ ମଦ ଦେଇ ବ୍ଳକକୁ ପଠାଯାଇଥିଲା। ସବୁ ସରକାରୀ ଅଧିକାରୀଙ୍କୁ ଛୁଟି ଦିଆଯାଇଥିଲା । ସେପଟେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଏ ଘଟଣା ବିଷୟରେ ମୁଁ ଅବଗତ ଅଛି। ଆମେ ଅତୀତରେ ଏଭଳି ଅନେକ ଘଟଣା ଯେଉଁଥିରେ ଆମ ଦଳର ନେତା କିମ୍ବା ନେତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି କଥା ଆସିଛି ଆମ ତରଫରୁ ଆକ୍ସନ ନିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)