ସଂଭାବନା ପକ୍ଷରୁ ‘ବେନହୁର ବିଶେଷ’: ପିଲାଙ୍କ ପାଇଁ ଲେଖିବା ପ୍ରତ୍ୟେକ ସାହିତ୍ୟିକମାନଙ୍କ ଦାୟିତ୍ୱ

Aug 04, 2026 - 06:44
ସଂଭାବନା ପକ୍ଷରୁ ‘ବେନହୁର ବିଶେଷ’: ପିଲାଙ୍କ ପାଇଁ ଲେଖିବା ପ୍ରତ୍ୟେକ ସାହିତ୍ୟିକମାନଙ୍କ ଦାୟିତ୍ୱ

"ଭୁବନେଶ୍ୱର: ଶିଶୁ ସାହିତ୍ୟ ହେଉଛି ସାହିତ୍ୟର ମୁଖଶାଳା।

ଛୋଟ ଶିଶୁଟି ମା" ମୁହଁରୁ ନାନା ବାୟା ଗୀତ ମାଧ୍ୟମରେ ସାହିତ୍ୟ ସହ ପରିଚିତ ହୋଇଥାଏ।

ପିଲାଙ୍କ ପାଇଁ ଲେଖିବା ପ୍ରତ୍ୟେକ ସାହିତ୍ୟିକମାନଙ୍କ ଦାୟିତ୍ୱ।

ସଂଭାବନା ପକ୍ଷରୁ ମଧୁ ବିଶାରଦ ତଥା ସ୍ତମ୍ଭକାର ଦାଶ ବେନହୁରଙ୍କର ୭୩ ତମ ଜୟନ୍ତୀ ଅବସରରେ ଆୟୋଜିତ ଶ୍ରଦ୍ଧାର୍ପଣ ଉତ୍ସବ "ବେନହୁର୍ ବିଶେଷ"ରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଶିଶୁ ସାହିତ୍ୟ ଉଭୟ ପାଠକ ଓ ଲେଖକ ସୃଷ୍ଟି କରେ।

ଦାଶ ବେନହୁରଙ୍କ ଲେଖା ପିଲାଙ୍କୁ ଏକ ସୁନ୍ଦର ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ।

ସେ ଜଣେ ସଫଳ କାହାଣୀର ନାୟକ।

ଆଗକୁ ତାଙ୍କ ଲେଖା ସମାଜ ଓ ଗଣତନ୍ତ୍ରର ହିତ ପାଇଁ ହେଉ ବୋଲି ସେ କହିଥିଲେ।

Advertisment Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ ପରେଶ ପଟ୍ଟନାୟକଙ୍କୁ "ବେନହୁର ବିଶେଷ ସମ୍ମାନ" ମୁଖ୍ୟବକ୍ତା କଥାକାର ଗୌରହରି ହାସ କହିଲେ ଯେ ଯେଉଁ ସାହିତ୍ୟ ମଣିଷର ଦରଜ ଓ ଦରଦକୁ ବୁଝେ ତାହା ହିଁ ସଫଳ ସାହିତ୍ୟ।

ଦାଶ ବେନହୁରଙ୍କ ଲେଖାରେ ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ ବୋଲି ଶ୍ରୀ ଦାସ କହିଥିଲେ।

ସମ୍ମାନିତ ଅତିଥି ଗବେଷକ ଶାନ୍ତନୁ ରଥ କହିଲେ ଯେ ଦାଶ ବେନହୁରଙ୍କ ଲେଖାରେ ଇତିହାସ ଓ ସମକାଳୀନ ସାହିତ୍ୟର ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳେ।

ଭାବ ପ୍ରକାଶରେ ତାଙ୍କର ଅନନ୍ୟ ସାମର୍ଥ୍ୟ ରହିଛି ବୋଲି ଶ୍ରୀ ରଥ କହିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ସଭାପତିତ୍ୱ ଅଭିଭାଷଣରେ ଶେଷ ନିଶ୍ୱାସ ଯାଏଁ ତାଙ୍କ କଲମ ଚାଲୁ ବୋଲି  କହିଥିଲେ।

ସ୍ତମ୍ଭକାର ଦାଶ ବେନହୁର ତାଙ୍କ ଶିଶୁ ସାହିତ୍ୟ ରଚନା ଏବଂ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ବିଷୟରେ କହିଥିଲେ।

ଅନ୍ୟତମ ଅତିଥି ଭାବେ ୨୦୨୬ର ଶ୍ରେଷ୍ଠ ଓଡ଼ିଆଣୀ ରେଣୁବାଳା ସାହୁ ଉପସ୍ଥିତ ଥିଲେ ।

ଏହି ଅବସରରେ ଦାଶ ବେନହୁର ରଚିତ ତିନିଟିି ପୁସ୍ତକ "ଟିନା ପାଇଁ ନାନାବାୟା","ଶ୍ରୀଜଗନ୍ନାଥ ଶତକ" ଓ "ପଗଡ଼ି ପୁରୁଷ"ର ଇଂରାଜୀ ଅନୁବାଦ ଲୋକାର୍ପିତ ହୋଇଥିଲା।

ଏଥିସହିତ ସାହିତ୍ୟିକ ପରେଶ ପଟ୍ଟନାୟକଙ୍କୁ କିଶୋର ସାହିତ୍ୟ ରଚନାରେ ବିଶେଷ ଅବଦନ ପାଇଁ  "ବେନହୁର୍ ବିଶେଷ ସମ୍ମାନ" ପ୍ରଦାନ କରାଯାଇଥିଲା।

ସେହିପରି ପ୍ରକାଶିତ ପୁସ୍ତକ ତ୍ରୟର ପ୍ରକାଶକ ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନଜ ତ୍ରିପାଠୀ ଓ ପେନ୍ ଇନ ବୁକ୍ସର ପବିତ୍ର ମୋହନ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଆବାହନୀ ସଂଗୀତ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ଦେବପ୍ରସାଦ ପରିଜା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଭାଷାବିତ୍ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଟ୍ରଷ୍ଟି ସ୍ମୃତି ମହାନ୍ତି ଧନ୍ୟବାଦ ଦେଇଥିଲେ।

Education: ବିର୍ଲା ସ୍କୁଲ୍‌ ଅଫ୍‌ ଲରେ ଶିକ୍ଷାରମ୍ଭ ଉତ୍ସବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।