ଶିଉଳି କମାଇବ ବାୟୁ ପ୍ରଦୂଷଣ
ଘର ଓ ବଗିଚାରୁ ସାଧାରଣତଃ ସଫା କରାଯାଉଥିବା ସ୍ୱାଭାବିକ ଶିଉଳି ବର୍ତ୍ତମାନ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ କୋଠାଗୁଡ଼ିକୁ ଥଣ୍ଡା ରଖିବାରେ ବ୍ୟବହାର କରାଯାଉଛି । ଏହାକୁ ନେଇ ଜର୍ମାନୀ ଏବଂ ନେଦରଲାଣ୍ଡ ଭଳି ଦେଶର କିଛି ଷ୍ଟାର୍ଟ-ଅପ୍ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରୁଛନ୍ତି । ଜର୍ମାନୀରେ ଏକ ଷ୍ଟାର୍ଟ-ଅପ୍ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ମ୍ୟାଟ୍ରେ ଏହାର ଚାଷ କରୁଛି । ଯାହା ଏକ ଭାକ୍ୟୁମ୍ କ୍ଲିନର ପରି ବାୟୁକୁ ଟାଣି ପ୍ରଦୂଷକଗୁଡ଼ିକୁ ବାନ୍ଧି ରଖିବା ସହ ବାଷ୍ପୀଭବନ ମାଧ୍ୟମରେ ଏକ ଥଣ୍ଡା ପ୍ରଭାବ ସୃଷ୍ଟି କରୁଛି । ନେଦରଲାଣ୍ଡର ଆଉ ଏକ ଷ୍ଟାର୍ଟ-ଅପ୍ କୋଠାର କାନ୍ଥରେ ଶିଉଳି ବୃଦ୍ଧିକୁ ସମର୍ଥନ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କଂକ୍ରିଟ୍ ମଧ୍ୟ ବିକଶିତ କରିଛି । ତେବେ ଏହାକୁ ପ୍ରଭାବଶାଳୀ ଭାବେ କାମ କରିବା ପାଇଁ ଏହାକୁ ଆର୍ଦ୍ର ବା ଓଦା ରଖିବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଏହା ଶୁଖିଗଲେ ଏହାର ପ୍ରଭାବ ଓଲଟା ହୋଇପାରେ ଏବଂ ଏହି ପ୍ରଯୁକ୍ତିବିଦ୍ୟାକୁ ଅଧିକ ବ୍ୟାପକ ଭାବେ ବ୍ୟାବହାରିକ ଓ ସଫଳ କରିବା ପାଇଁ ଷ୍ଟାର୍ଟ-ଅପ୍ଗୁଡ଼ିକ ଏବେ ବି କାର୍ଯ୍ୟ କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
