ଶାକର

Jul 17, 2026 - 15:17
ଶାକର

 

ସାମଗ୍ରୀ

କଖାରୁ : ୨୫୦ ଗ୍ରାମ , ତେନ୍ତୁଳି ରସ : ୨ ଚାମଚ, ଗୁଡ଼: ୩ ରୁ ୪ ଚାମଚ (ଗୁଣ୍ଡ କରାଯାଇଥିବା), କଳା ବୁଟ : ୨ ଚାମଚ (ଭିଜାଇ ସିଝାଯାଇଥିବା), କୋରା ନଡ଼ିଆ : ୨ ଚାମଚ, ପଞ୍ଚ ଫୁଟଣ : ୧ ଛୋଟ ଚାମଚ (ସୋରିଷ, ଜିରା, ମେଥି, ପାନମହୁରୀ ଓ କାଳଜିରାର ମିଶ୍ରଣ), ଘିଅ : ୧ ବଡ଼ ଚାମଚ, ଲୁଣ , ହଳଦୀ ଗୁଣ୍ଡ ।

 ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କଟା କଖାରୁ, ହଳଦୀ ଗୁଣ୍ଡ, ଲୁଣ ଏବଂ ପ୍ରାୟ ୧ କପ୍ ପାଣି ମିଶାଇ ଘୋଡ଼େଇ ଦିଅନ୍ତୁ ଓ କଖାରୁ ନରମ ହୋଇ ସିଝିବା ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ । କଖାରୁ ଭଲଭାବେ ସିଝିଗଲା ପରେ, ସେଥିରେ ତେନ୍ତୁଳି ରସ ଓ ଗୁଣ୍ଡ ଗୁଡ଼ ମିଶାଇ ଆଉ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ, ଯେପରି ସବୁ ସ୍ୱାଦ ଭଲଭାବେ ମିଶିଯିବ ଏବଂ ତେନ୍ତୁଳିର କଞ୍ଚା ବାସ୍ନା ଚାଲିଯିବ । ଏହାପରେ ସେଥିରେ ଆଗରୁ ସିଝାଯାଇଥିବା କଳା ବୁଟ ଏବଂ କୋରା ନଡ଼ିଆ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ ଆଉ ୨ ରୁ ୩ ମିନିଟ୍ ରାନ୍ଧିବାକୁ ଦିଅନ୍ତୁ । ଶେଷରେ ଛୁଙ୍କ ଦେବା ପାଇଁ ଏକ ଅଲଗା ଛୋଟ ପାତ୍ରରେ ଘିଅ ଗରମ କରି ସେଥିରେ ପଞ୍ଚ ଫୁଟଣ ପକାନ୍ତୁ; ଫୁଟଣ ଭଲଭାବେ ଫୁଟିଗଲା ପରେ ଏହି ଛୁଙ୍କକୁ ପ୍ରସ୍ତୁତ ଶାକର ଉପରେ ଢାଳି ଦିଅନ୍ତୁ ଏବଂ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।