ଆରମ୍ଭ ହେଲା ପହଣ୍ଡି
ଆରମ୍ଭ ହେଲା ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ପତିତପାବନ ଯାତ୍ରାର ମୁଖ୍ୟ ପରମ୍ପରା ପହଣ୍ଡି ବିଜେ । ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ବନିର ତାଳେତାଳେ ରଥକୁ ବିଜେ କରୁଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇସାରିଛି । ଏହାପରେ ବଡ଼ ଠାକୁର ବଳଭଦ୍ର ଝୁଲିଝୁଲି ପହଣ୍ଡି ହୋଇ ରଥରେ ବିରାଜମାନ କରି ସାରିଛନ୍ତି । ଯାହାପରେ ଦେବୀ ସୁଭଦ୍ରା ମଧ୍ୟ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇ ଦର୍ପଦଳନ ରଥରେ ବିରାଜି ସାରିଛନ୍ତି । ଶେଷରେ କାଳିଆ ସାଆନ୍ତେଙ୍କ ପହଣ୍ଡି ଆରମ୍ଭ ହୋଇ ସାରିଛି । ଏହି ଦିବ୍ୟ ମୁହୂର୍ତ୍ତକୁ ପୁରୀ ବଡଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ବର୍ଷାରେ ଭିଜିଭିଜି ଉପଭୋଗ କରୁଛନ୍ତି ଏବଂ ପ୍ରଭୁଙ୍କର କରୁଣା ଲାଭ କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।