ଵିମ୍ବଲ୍ଡନ୍ରୁ ଶିକ୍ଷା
""ଧୁରନ୍ଧର"ର "ଶରାରତ" ଗୀତରେ ନୃତ୍ୟ କରିବା ପରେ ଆୟେଶା ଖାନ୍ଙ୍କ ଖୁବ୍ ଭଲ ସମୟ ଚାଲିଛି।
ନିକଟରେ ସେ ଵିମ୍ବଲ୍ଡନ୍ ଚାମ୍ପିଅନ୍ସିପ୍ ଦେଖିବାକୁ ଲଣ୍ଡନ୍ ଯାଇଥିଲେ।
ଏହି ମର୍ଯ୍ୟାଦାଜନକ ଟେନିସ୍ ପ୍ରତିଯୋଗିତାରେ ସେ ସର୍ବିୟା ତାରକା ନୋଭାକ୍ ଜୋକୋଭିକ୍ ଓ କାନାଡାର ଫେଲିକ୍ସ ଔଗର୍-ଆଲିଆସିମ୍ଙ୍କ ମଧ୍ୟରେ ହୋଇଥିବା କ୍ବାର୍ଟର୍ଫାଇନାଲ୍ ମ୍ୟାଚ୍ ଦେଖିଥିଲେ।
ଏହା ସଂଯୋଗକୁ ଵିମ୍ବଲ୍ଡନ୍ ଇତିହାସର ଦୀର୍ଘତମ କ୍ବାର୍ଟର୍ ଫାଇନାଲ୍ ପାଲଟିଥିଲା।
ପାଞ୍ଚ ଘଣ୍ଟା ୧୫ ମିନିଟ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଜୋକୋଭିକ୍ ବିଜେତା ହେବା ସ୍ବଚକ୍ଷୁରେ ଦେଖିବାର ସୁଯୋଗ ମିଳିଥିବାରୁ ଆୟେଶା ଉତ୍ଫୁଲ୍ଲିତ ହୋଇଯାଇଛନ୍ତି।Advertisment JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍ଯୁଦ୍ଧ ପୂର୍ବରୁ ସେ ଜୋକୋଭିକ୍ଙ୍କ ସଂଘର୍ଷ କ୍ଷମତା ଓ ଶୃଙ୍ଖଳା ବିଷୟରେ ଯାହା ଶୁଣିଥିଲେ ଓ ପଢ଼ିଥିଲେ ତାହା ପ୍ରତ୍ୟକ୍ଷ କରିବା ପରେ ତାଙ୍କ ପ୍ରଶଂସକ ପାଲଟିଛନ୍ତି ବୋଲି ସ୍ବୀକାର କରିଛନ୍ତି।
ଏହି ମ୍ୟାଚ୍ରୁ ସେ ଏକ ଗୂଢ଼ ଶିକ୍ଷା ପାଇଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି।
ତାହା ହେଲା: ଜଣେ କ୍ରୀଡ଼ାବିତ୍ ଗୋଟିଏ କ୍ଷଣରେ ପରାଜୟ ଆଡ଼କୁ ଗତି କରୁଥିବା ବେଳେ କିଛି ସେକେଣ୍ଡ୍ ମଧ୍ୟରେ ପୁଣି ନିଜକୁ ସୁଧାରିବାର ମାନସିକତାକୁ ଆୟେଶା ନିଜ ଜୀବନ ଓ କାର୍ଯ୍ୟସ୍ଥଳରେ ପ୍ରୟୋଗ କରିବେ।
ସ୍ଥିତି ଯାହା ହେଉ, କେବେ ପରାଜୟ ସ୍ବୀକାର କରିବେ ନାହିଁ।
Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ଵିମ୍ବଲ୍ଡନ୍ ଆୟୋଜନ ସ୍ଥଳ "ଅଲ୍ ଇଂଲଣ୍ଡ୍ କ୍ଲବ୍"ରେ ଆୟେଶା ବୁଲାବୁଲି କରିବା ସହିତ ଟାମ୍ପିଅନ୍ସିପ୍ ଟ୍ରଫି ଓ ଟେନିସ୍ ବଲ୍ ସହ ଫଟୋ ଉଠାଇ ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଛନ୍ତି।
ତାଙ୍କ ଷ୍ଟାଇଲିସ୍ ପୋଷାକପତ୍ର ଓ ଉତ୍ସାହକୁ ତାଙ୍କ ଅନୁଗାମୀମାନେ ପ୍ରଶଂସା କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୩ ବର୍ଷୀୟା ଆୟେଶା ଟିଭି ଧାରାବାହିକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। "ବିଗ୍ ବସ୍ ୧୭"ରେ ଅଂଶଗ୍ରହଣ କରିବା ପରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା।
ଶେଷ ଥର "କିସ୍ କିସ୍ କୋ ପ୍ୟାର୍ କରୁଁ ୨" ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।