ଲଗାଣ ବର୍ଷାରେ ଭାଙ୍ଗିଲା ଘର

Oct 09, 2026 - 17:47
ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଦାରିଙ୍ଗିବାଡ଼ି  : ଦାଉ ସାଧିଲା ଲଗାଣ ବର୍ଷା। ଭାଙ୍ଗିଲା ଘର । ବାସହରା ହୋଇଗଲା ପୂରା ପରିବାର। ଏବେ ବାର ଦୁଆର ହେଉଛନ୍ତି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତି ଓ ତାଙ୍କ ଝିଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଦୀର୍ଘ ବର୍ଷ ଧରି ବୃଦ୍ଧ ଦମ୍ପତି ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ନିଜ ଝିଅ ସହିତ ଏହିଠାରେ ରହୁଥିଲେ। କୁଲି ମଜୁରୀ କରି ବୃଦ୍ଧ ଦିବ୍ୟାଙ୍ଗ ବାପା ମାଙ୍କ ଦେଖାଶୁଣା କରିଛନ୍ତି ଝିଅ ସୁକାନ୍ତି ମଲ୍ଲିକ । ଉଭୟଙ୍କ ଦେହ ଅସୁସ୍ଥ ହେବାରୁ ଝିଅ କଟକ SCB ମେଡିକାଲକୁ ନେଇଥିଲେ । ବାପା ମାଆଙ୍କୁ ଚିକିତ୍ସା କରାଇ ଘରକୁ ଫେରିଲା ବେଳକୁ ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ।  ଲଗାଣ ବର୍ଷାରେ ଭାଙ୍ଗିଯାଇଥିଲା ଘର। ଏବେ ଆଶ୍ରୟ ନ ପାଇ ହନ୍ତସନ୍ତ ହେଉଛନ୍ତି ୩ ପ୍ରାଣୀ କୁଟୁମ୍ବ।

ମାହାସା ମଲ୍ଲିକ ଏବଂ ଟେକାଆଲୁ ମଲ୍ଲିକ ୬୦% ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡେ ମିଳି ପାରୁନାହିଁ। ଫଳରେ ଭଙ୍ଗା ଦଦରା ଘରେ ବିତାଉଥିଲେ ଜୀବନ। ହେଲେ ଲଗାଣ ବର୍ଷାରେ ସାହାରା ସାଜିଥିବା ଭଙ୍ଗା ଦଦରା ଘର ମଧ୍ୟ ଭାଙ୍ଗିଗଲା । ଏବେ ବୃଦ୍ଧ ବାପାମାଆଙ୍କୁ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ ସେ ନେଇ ଚିନ୍ତାରେ ଝିଅ। ସରକାର ଦୃଷ୍ଟି ଦେଇ ଘର ଖଣ୍ଡେ ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ପରିବାର।

ସରକାର ଦୃଷ୍ଟି ଦେଲେ ଏହି ଅସହାୟ ପରିବାର ଉପକୃତ ହୋଇପାରନ୍ତେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)