ରୋବୋଟ ବିବାହ

Jul 12, 2026 - 14:38
ରୋବୋଟ ବିବାହ

 

ରୁଷ୍ରେ ପ୍ରଥମ ଥର ପାଇଁ ଦୁଇଟି ହ୍ୟୁମାନଏଡ୍ ରୋବୋଟ୍ଙ୍କ ମଧ୍ୟରେ ଏକ ସାଙ୍କେତିକ ବିବାହ ସମ୍ପନ୍ନ ହୋଇଛି, ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ମସ୍କୋର ପୁଶ୍କିନ୍ ଲାଇବ୍ରେରୀରେ ଆୟୋଜିତ ଏହି ଅନନ୍ୟ ଉତ୍ସବରେ ଏଆଇ ଚାଳିତ ରୋବୋଟ୍ 'ରବର୍ଟ' ଏବଂ 'ମଟିଲ୍ଡା'ଙ୍କୁ ଆନୁଷ୍ଠାନିକ ଭାବେ "ରୋବୋଟ୍ ଜୀବନସାଥୀ" ଭାବେ ଘୋଷଣା କରାଯାଇଛି । ସମ୍ପୂର୍ଣ୍ଣ ମଣିଷଙ୍କ ବିବାହ ଶୈଳୀରେ ଅନୁଷ୍ଠିତ ଏହି ପ୍ରକ୍ରିୟାରେ ରବର୍ଟ ଏବଂ ମଟିଲ୍ଡା ପରସ୍ପରକୁ ପ୍ରତିଶ୍ରୁତି ଦେବା ସହ ସାଙ୍କେତିକ ୱେଡିଂ ବ୍ରେସଲେଟ୍ ମଧ୍ୟ ଅଦଳବଦଳ କରିଥିଲେ । ଏହି ଦୁଇ ରୋବୋଟ୍ଙ୍କ ମଧ୍ୟରୁ ରବର୍ଟଙ୍କୁ ଜଣେ ଅଫିସ୍ କର୍ମଚାରୀ ତଥା ବ୍ଲଗର୍ ଭାବେ ଡିଜାଇନ୍ କରାଯାଇଥିବା ବେଳେ ମଟିଲ୍ଡାଙ୍କୁ ଜଣେ ବାଲେ ଡାନ୍ସର ରୂପେ ପ୍ରସ୍ତୁତ କରାଯାଇଛି । ରୁଷିଆର ସରକାରୀ ନ୍ୟୁଜ୍ ଏଜେନ୍ସି 'ଆରଆଇଏ ନୋଭୋସ୍ତି' ଅନୁଯାୟୀ, ଏହା ଦେଶର ପ୍ରଥମ ସାଙ୍କେତିକ ରୋବୋଟ୍ ବିବାହ ସମାରୋହ ଅଟେ । ଏହା ପୂର୍ବରୁ ଏହି ଦୁଇ ରୋବୋଟ୍ଙ୍କୁ ସେଣ୍ଟ ପิଟର୍ସବର୍ଗ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍ ଫୋରମ୍ରେ ମଧ୍ୟ ପ୍ରଦର୍ଶିତ କରାଯାଇସାରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।