ରାତାରାତି ନାୟିକା‌ରୁ ସହନାୟିକା ହେଲି

Nov 09, 2026 - 08:22
ରାତାରାତି ନାୟିକା‌ରୁ ସହନାୟିକା ହେଲି

୧୯୭୬ ମସିହାର ଓଡ଼ିଆ ଚଳଚ୍ଚିତ୍ର 'ସିନ୍ଦୂର ବିନ୍ଦୁ'ରୁ ଆରମ୍ଭ ହୋଇଥିଲା ଅଭିନେତ୍ରୀ ମଞ୍ଜୁଲତା ପ୍ରଧାନଙ୍କ ଅଭିନୟ ଯାତ୍ରା।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଥିବା ମଞ୍ଜୁଲତା ପରବର୍ତ୍ତୀ ସମୟରେ 'ଚିଲିକା ତୀରେ', 'ମନ ମନ୍ଦିର', 'ସାକ୍ଷୀ ଗୋପୀନାଥ', 'ମାଂସର ବିଳାପ', 'ବନଫୁଲ','ମୋ ଭାଇ ଜଗା', 'ବାହୁଡ଼ିବେ ମୋ ଜଗାବଳିଆ'ଓ 'ତୁଳସୀ ଅପା' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ନିକଟରେ 'ରଙ୍ଗାଶୁର' ଓ 'ବୋଉ ବୁଟୁ ଭୂତ'ରେ ବି ତାଙ୍କୁ ଦେଖିବାକୁ ମିଳିଛି।

ମୁକ୍ତିଲାଭ ଅପେକ୍ଷାରେ ଥିବା 'ଲ୍ୟାଣ୍ଡ୍‌ଫଲ୍‌'ରେ ମଧ୍ୟ ମଞ୍ଜୁଲତା ନଜର ଆସିବେ।

ତେବେ ତାଙ୍କ ଅଭିନୟ ଜୀବନର ଏକ ଘଟଣା ଆଜି ବି ତାଙ୍କ ମନରେ ତାଜା ହୋଇ ରହିଛି।

ସେହି ଘଟଣାକୁ ସେ ଆମ ପାଠକମାନଙ୍କ ସହ ବାଣ୍ଟିଛନ୍ତି।

ଏହି ସ୍ମୃତି ବଖାଣି ମଞ୍ଜୁଲତା କହନ୍ତି, ''ମୋ ପ୍ରଥମ ଚଳଚ୍ଚିତ୍ରର କାର୍ଯ୍ୟ ଆରମ୍ଭ ହୋଇଥାଏ।

ଫିଲ୍ମର ଲେଖକ ମୋତେ ନାୟିକା ଭୂମିକା ଦେବା ଲାଗି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଲେ।

Advertisment Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି ମୋର ଅଭିନୟ ଦେଖିବା ପରେ ନାୟିକା ଭୂମିକା ଦେବା ଲାଗି ନିଷ୍ପତ୍ତି ହେଲା।

ଏହି ସିନେମାର ନାୟକଙ୍କ ସହ ମୋର ଏକ ଫଟୋ ସେସନ୍‌ କରାଯାଇ ୩୬ଟି ଫଟୋ ଉଠାଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ବଦଳିଗଲା।

ଏହାର କାରଣ ଥିଲା ହାସ୍ୟାସ୍ପଦ।

ସେହି ସିନେମାର ୫ ଜଣ ପ୍ରଯୋଜକ ଥିଲେ।

ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଁ ଚିହ୍ନି ନଥିବାରୁ ସାକ୍ଷାତ ସମୟରେ ନମସ୍କାର କରିପାରିନଥିଲି।

ଏହି ଘଟଣା ପରେ ମୋତେ ନାୟିକାରୁ ସହନାୟିକା କରିଦିଆଗଲା।

ମାତ୍ର ଏହି ନିଷ୍ପତ୍ତିରେ ଲେଖକ ଭୀଷଣ କ୍ଷୁବ୍ଧ ହେଲେ।

ସେ ରାଗରେ ସିନେମା ଛାଡ଼ି ଦେଇଥିଲେ।

ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ସିନେମାର ପ୍ରାରମ୍ଭରେ ଗୀତଟିଏ ଚଳଚ୍ଚିତ୍ରର ରଖାଯାଇଥିଲା, ଯେଉଁଥିରେ ମୁଁ ମୁଖ୍ୟ ଭୂମିକା‌େର ଥିଲି।

ହେଲେ ଏବେ କିଛି ୟୁଟ୍ୟୁବର୍‌ ସେହି ଗୀତ କଥା କହିବା ବେଳେ ମୋ ନାମ ନେଉନାହାନ୍ତି; ଯାହାକି ମୋତେ ଭଲ ଲାଗୁନାହିଁ।'' Train: ସମୟରେ ଷ୍ଟେସନ ପହଞ୍ଚିଲେ ମଧ୍ୟ ଛାଡି ପଳାଇଲା ଟ୍ରେନ୍: ରେଳବାଇ ଓ ଆଇଆରସିଟିସିକୁ ୧୫,୬୨୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)