ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ଅନୁମୋଦନ, ୫୦,୫୧୭ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ଵର : ରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ହାଇଲେବଲ କ୍ଲିୟରାନ୍ସ ଅଥରିଟି (HLCA) ବୈଠକରେ ୯ଟି ଜିଲ୍ଲା ପାଇଁ ମୋଟ ୭୬ହଜାର ୬୧୧କୋଟି ୮୬ ଲକ୍ଷ ଟଙ୍କାର ୨୦ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି । ଏହାଦ୍ବାରା ରାଜ୍ୟରେ ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସୁଯୋଗ ସୃଷ୍ଟି ହେବ। ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ପୃଥିବୀ ଖଣିଜ ପଦାର୍ଥ କ୍ଷେତ୍ରରେ ହେବ ପ୍ରକଳ୍ପ ।
ଓଡ଼ିଶାରେ ତିଆରି ହେବ ହୀରା,ଖୋର୍ଦ୍ଧା ଜିଲ୍ଲାରେ ‘ଲ୍ୟାବ୍-ଗ୍ରୋନ୍’ ହୀରା ଏବଂ ରତ୍ନପଥର ନିର୍ମାଣ ପାଇଁ ତିନୋଟି ବଡ଼ ସଂସ୍ଥା ମୋଟ ୯,୮୧୭.୫୦ କୋଟି ଟଙ୍କା ନିବେଶ କରିବେ। ଏହାଦ୍ୱାରା ୮,୧୦୦ ଜଣଙ୍କୁ ଚାକିରି ମିଳିବ। ଗଞ୍ଜାମ ଜିଲ୍ଲାରେ ଟାଟା ପାୱାର୍ ରିନିଉଏବଲ୍ ଏନର୍ଜି ଲିମିଟେଡ୍ ୧୦,୦୦୦ କୋଟି ଟଙ୍କା ନିବେଶରେ ଏକ ସୋଲାର୍ PV ସେଲ୍ ଏବଂ ୱେଫର୍ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ, ଯାହା ୫,୦୦୦ ନିଯୁକ୍ତି ସୃଷ୍ଟି କରିବ। ସେହିପରି ସାତ୍ଵିକ ସୋଲାର୍ ଗଞ୍ଜାମରେ ୧,୭୦୯.୮୧ କୋଟି ଟଙ୍କା ନିବେଶ କରିବ।