ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଭୀମପୁରରେ ଜଘନ୍ୟ ହତ୍ୟା । ଅନନ୍ତପୁର କେନାଲ ପଠାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତଦେହରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି । ମୃତ ଯୁବକ ହେଲେ ପାହାଳ ଥାନା ଭୀମପୁର ମୌଜାର ପ୍ରଭାତ ବେହେରା । ସେ, ଜଣେ ଟ୍ରକ ଓ ହାଇଓ୍ବା ଗାଡି ମାଲିକଙ୍କ ପାଖରେ କାମ କରନ୍ତି । ଗତ ରାତିରେ ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ମୃତଦେହ ନିକଟରେ ଏକ ବାଇକ ଏବଂ କିଛି ପ୍ଲାଷ୍ଟିକ ପାଇପ ପଡିଥିବାର ଦେଖିବାକୁ ମିଳିଛି । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସ୍କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । ପରିବାର ଲୋକଙ୍କ ଅଭଯୋଗ ଅନୁସାରେ, ଗତକାଲି ରାତି ୧୨ଟା ବେଳେ ବାଲି ବ୍ୟବସାୟୀ ଟେନିସ ପାତ୍ର ପ୍ରଭାତଙ୍କୁ ଘରୁ ଡାକି ନେଇଥିଲେ । ସେ ହିଁ ମଦ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।