ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ

Jun 17, 2026 - 16:37
ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ

 

ସାଧାରଣତଃ ନିଜକୁ ସୁନ୍ଦର ଓ ମେଣ୍ଟେନ କରିବା ପାଇଁ ଲୋକେ ସେଲୁନ୍ ଯାଇ ହେୟାର୍ କଟ୍, ହେୟାର୍ ୱାଶ୍ କିମ୍ବା ସ୍ପା ଭଳି ବିଭିନ୍ନ ସେବା ନେଇଥାନ୍ତି । ମାତ୍ର ଏହି ହେୟାର୍ ୱାଶ୍ ସମୟରେ ମୁଣ୍ଡକୁ ଦୀର୍ଘ ସମୟ ଧରି ପଛକୁ ଆଉଜାଇ ରଖିବା ଦ୍ୱାରା 'ଷ୍ଟ୍ରୋକ୍' ହେବାର ଆଶଙ୍କା ଥାଏବୋଲି ଜଣାପଡିଛି । ୨୦୨୫ ମସିହାରେ ଦ ଆମେରିକାନ ଜର୍ଣ୍ଣାଲ ଅଫ୍ ଇମରଜେନ୍ସି ମେଡିସିନରେ ପ୍ରକାଶିତ ଏକ ସମୀକ୍ଷା ଅନୁଯାୟୀ, ଗତ ୫୦ ବର୍ଷ ମଧ୍ୟରେ ପାର୍ଲରରେ ଘଟିଥିବା ୫୪ଟି ଷ୍ଟ୍ରୋକ୍ ମାମଲାକୁ ବିଶ୍ଳେଷଣ କରାଯାଇଥିଲା । ଯେଉଁଥିରେ ଅଧିକାଂଶ ଘଟଣା ସେଲୁନରେ ହେୟାର୍ ୱାଶ୍ ସମୟରେ ହିଁ ଘଟିଥିଲା ଏବଂ ଚିକିତ୍ସା ବିଜ୍ଞାନରେ ଏହି ଗମ୍ଭୀର ସମସ୍ୟାକୁ ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ’  କୁହାଯାଏ। ବାସ୍ତବରେ, କେଶ ଧୋଇବା ସମୟରେ ବେକକୁ ଅତ୍ୟଧିକ ପଛକୁ ବଙ୍କା କରି ରଖିବା ଦ୍ୱାରା ବେକ ଦେଇ ମସ୍ତିଷ୍କକୁ ଯାଇଥିବା ରକ୍ତବାହୀ ନଳୀ ଗୁଡ଼ିକ ଉପରେ ପ୍ରବଳ ଚାପ କିମ୍ବା ଟାଣ ପଡ଼ିଥାଏ । ଯାହାଫଳରେ ମସ୍ତିଷ୍କକୁ ଅମ୍ଳଜାନ ଓ ରକ୍ତ ସଞ୍ଚାଳନ ଅସ୍ଥାୟୀ ଭାବେ ବାଧାପ୍ରାପ୍ତ ହୁଏ କିମ୍ବା ରକ୍ତ ଜମାଟ ବାନ୍ଧି ମିନି-ଷ୍ଟ୍ରୋକ୍ ଆଶଙ୍କା ବଢ଼ିଯାଏ । ଏହାର ପ୍ରଭାବରେ ମସ୍ତିଷ୍କର କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇ କଥା କହିବାରେ ଅସୁବିଧା, ଚାଲିବାରେ ସମସ୍ୟା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଶରୀରର ସନ୍ତୁଳନ ବିଗିଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ । ତେଣୁ ଏଭଳି ବିପଦରୁ ରକ୍ଷା ପାଇବା ପାଇଁ ସେଲୁନରେ ହେୟାର୍ ୱାଶ୍ ସମୟରେ ବେକ ପଛରେ କୁସନ୍ କିମ୍ବା ନରମ ତକିଆର ସପୋର୍ଟ ନେବା ଏବଂ କୌଣସି ପ୍ରକାରର ଅସହଜତା ଅନୁଭବ ହେଲେ ତୁରନ୍ତ ବେକର ଆଙ୍ଗେଲ୍ ବଦଳାଇବା ସହ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।