ରାଜଧାନୀରେ ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା !

Oct 06, 2026 - 12:30
ରାଜଧାନୀରେ ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା !

ନନ୍ଦିଘୋଷ ବ୍ୟୁରୋ: ଏଣିକି ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା । ବଡି କ୍ୟାମେରାରେ ଛାଉଣୀ ହେବେ ରାଜଧାନୀର ପୋଲିସ । ଫଳରେ ଆଉ ବର୍ତ୍ତି ପାରିବେନି ଦୋଷୀ । ପୋଲିସ ସହ କେହି ଦୁର୍ବ୍ୟବହାର କଲେ କିମ୍ବା ପୋଲିସ କାହା ସହିତ ଦୁର୍ବ୍ୟବହାର କଲେ, ତାହା ସହଜରେ ଧରାପଡି ପାରିବ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପୋଲିସ ଅଧିକାରୀମାନଙ୍କ ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି । ବଡି କ୍ୟାମେରାରେ ସଜ୍ଜିତ ହେବେ ଦିଲ୍ଲୀ ପୋଲିସର ଅଧିକାରୀମାନେ । ଏଥିପାଇଁ ନୂଆଦିଲ୍ଲୀର ଡିସିପି ସଚିନ ଶର୍ମାଙ୍କ ସମେତ  ସମସ୍ତ ଅଧିକାରୀମାନଙ୍କୁ ଏହି ବଡି କ୍ୟାମେରା ଯୋଗଇ ଦିଆଯାଇଛି । ତେଣୁ ୬ ଅକ୍ଟୋବର ଅର୍ଥାତ ଆଜିର ଦିନରୁ ଦିଲ୍ଲୀ ପୋଲିସର କର୍ମଚାରୀ ଏବଂ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିଥିବା ନଜର ଆସିବେ । ଏସିପି ଏବଂ ତାଙ୍କ ଠାରୁ ଉପର ରାଙ୍କ୍ ର ଅଧିକାରୀମାନଙ୍କ ପାଇଁ ବଡି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଗତ କିଛି ଦିନ ହୋଇଯିବ ଦିଲ୍ଲୀ ପୋଲିସ ଉପରେ ଅସଦାଚରଣର ଆରୋପ ଲଗାଯାଇଥିଲା । ଆଉ ଯଦି ଆଗକୁ ଏଭଳି ଘଟଣା ଘଟେ, ତେବେ ବଡି କ୍ୟାମେରା ଏହାର ତଦନ୍ତରେ ସହାୟତା କରିବ । ଏହି କ୍ୟାମେରାଗୁଡିକରେ ଭିଡିଓ ଫୁଟେଜ ରେକର୍ଡ ହୋଇପାରିବ ।

ସୂଚନା ମୁତାବକ, ଅକ୍ଟୋବର ୩ ତାରିଖରେ ଜନ୍ତରମନ୍ତରରେ ପ୍ରତିବାଦ ସମୟରେ ୩ ଜଣ ମହିଳା ସାମ୍ବାଦିକା ଏସିପି ବିବେକ ଭଗତଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ଲଗାଇଥିଲେ ।  ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଥିଲା  ଏବଂ ଏହା ମହିଳାଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଯାହା ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, ଜନ୍ତରମନ୍ତରରେ ଜଣେ ମହିଳା ସାମ୍ବାଦିକା ଜଣେ ପୋଲିସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି। ଘଣ୍ଟା ଘଣ୍ଟା ଧରି ଶହ ଶହ ସାମ୍ବାଦିକ ସେଠାରେ ଏଫଆଇଆର୍ ରୁଜୁ କରିବାକୁ ଦାବି କରୁଛନ୍ତି । ଏହା ପୋଲିସର ମୌଳିକ କର୍ତ୍ତବ୍ୟ ନୁହେଁ କି ? ତଥାପି ସେ ତାହା କରୁନାହାଁନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଆମେ ଭିଡିଓ ପ୍ରମାଣ ସହ ଦେଖିଛେ କିଭଳି ପୋଲିସ ଅଧିକାରୀମାନେ ମହିଳାଙ୍କ ଘୃଣ୍ୟ ବ୍ୟବହାର କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ଏହି ବଡ ପଦଷେପ ନିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)