ଯେଉଁଠି ଘଣ୍ଟି ଟିଏ ବାନ୍ଧିଦେଲେ ପୂରଣ ହୁଏ ମାନସିକ…

Oct 12, 2026 - 19:16
ଯେଉଁଠି ଘଣ୍ଟି ଟିଏ ବାନ୍ଧିଦେଲେ ପୂରଣ ହୁଏ ମାନସିକ…

ନନ୍ଦିଘୋଷ ବ୍ୟୁରୋ: ଆଜି ନବରାତ୍ରୀର ଦ୍ବିତୀୟ ଦିନ । ପୀଠରେ ଚାଲିଛି ମାଆ ଦୁର୍ଗାଙ୍କ ଆରାଧନା । ଚାରିଆଡେ ଭକ୍ତିମୟ ପରିବେଶ । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ମର୍ତ୍ତ୍ୟରୁ ଆକାଶ । ସମ୍ବଲପୁରର ପ୍ରସିଦ୍ଧ ମାଆ ଘଣ୍ଟେଶ୍ୱରୀ ମନ୍ଦିରରେ ମଧ୍ୟ ନବରାତ୍ରୀ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି  । ମା’ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରି ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି ଭକ୍ତ, ଶ୍ରଦ୍ଧାଳୁ ।  ପ୍ରାକୃତିକ ପରିବେଶ ଭିତରେ ମାଆ ଘଣ୍ଟେଶ୍ଵରୀ ପୂଜା ପାଉଛନ୍ତି । ଏଠାରେ ଘଣ୍ଟି ଟିଏ ବାନ୍ଧିଦେଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ସେପଟେ ମଣ୍ଡପରେ ବି ପୂଜା ପାଇବେ ମାଆ । ଏନେଇ ବିଭିନ୍ନ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରାଉରକେଲା ସହରରେ ଦୁର୍ଗାପୂଜା ବେଶ ଧୁମଧାମରେ ଓ ଯାକଜକମରେ ପାଳନ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ରାଉରକେଲା ସହରରେ ଚଳିତ ବର୍ଷ ୧୦୯ ଟି  ପୁଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଵ । ରାଉରକେଲା ସହରରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅଧିକ ଭିଡ ହେଉଥିବା ପୁଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଦୁର୍ଗାପୁର ସମୟରେ ସହରର ବିଭିନ୍ନ ସ୍ଥାନରେ  ପାର୍କିଂ ଓ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ୪ ଟି ନୁଆ ପାର୍କି ବ୍ୟବସ୍ଥା କରାଯାଉଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୁଖର ଗାଁରୁ ସହର । ସବୁଠି ସାଜ ସଜ୍ଜା ଦେଖିବାକୁ ମିଳିଛି । ପୀଠରେ ମାଆଙ୍କ ସ୍ବତନ୍ତ୍ର ପୂଜା ଚାଲିଥିବା ବେଳେ ମଣ୍ଡପରେ ବିଶେଷ ଆଧାଧନା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)