ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଅଚାନକ ରେଡ
ଭୁବନେଶ୍ବର: ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ବାସ୍ଥ୍ୟକର ଖାଦ୍ୟ ? ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ରେ ଅଚାନକ ରେଡ । ଫୁଡ୍ ସେଫଟି ଟିମ୍ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଛାପା ମାରିଛି । ବିକ୍ରି ହେଉଥିବା ଖାଦ୍ୟ ଅପମିଶ୍ରିତ କିମ୍ବା ନିମ୍ନମାନର ଥିଲେ ସେସବୁକୁ ଜବତ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ । ନୟାପଲ୍ଲୀ, ବରମୁଣ୍ଡାରେ ମଣ୍ଡପ କଡ଼ରେ ଥିବା ହୋଟେଲ ଓ ଫାଷ୍ଟଫୁଡ଼ ଦୋକାନରେ ବ୍ୟାପକ ଯାଞ୍ଚ ହୋଇଛି । FSSAI ତରଫରୁ ରଙ୍ଗ ମିଶା ଖାଦ୍ୟ ପୂଜା ପାଇଁ ଟାର୍ଗେଟ ଥିଲା । ସେହି ଆଧାରରେ ସରପ୍ରାଇଜ ଚେକ୍ କରାଯାଉଛି । ବିଭିନ୍ନ ପୁଜା ମଣ୍ଡପରେ ଚଢାଉ ହେଉଥିବା କହିଛନ୍ତି ଅଧିକାରୀ । ଅନେକ ଜାଗାରୁ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ପ୍ରଥମେ ଦୋକାନୀମାନଙ୍କୁ ସଚେତନ କରାଯାଉଛି । ଆଗାମୀ ସମୟରେ ପୁଣି ନିମ୍ନମାନର ଖାଦ୍ୟ ବିକ୍ରି କଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ଫୁଡ୍ ସେଫଟି ଅଧିକାରୀ ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
