ମୁଖ୍ୟମନ୍ତ୍ରୀ ବସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ

Jul 20, 2026 - 14:55
ମୁଖ୍ୟମନ୍ତ୍ରୀ ବସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ

ପାଟଣାଗଡ଼: ମୁଖ୍ୟମନ୍ତ୍ରୀଙ୍କ ବସ କୁ ରାସ୍ତାରେ ଅଟକାଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଲେ ଦୁର୍ବୁତ୍ତ ।ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବନମାଲ ଗ୍ରାମ ଦେଇ ବସଟି ଯାଉଥିବାବେଳେ ନବୀନ ସାହୁ ନାମକ ଜଣେ ଦୁର୍ବୁତ୍ତ ବସ କର୍ମଚାରୀଙ୍କୁ ଅତର୍କିତ ବନ୍ଧୁକ ଦେଖାଇ ବସ ଅଟକାଇବାକୁ ଧମକ ଦେଇଥିଲା । ତେବେ ବସ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୁତ୍ତଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ସକ୍ଷମ ହେବାରୁ ଦୁର୍ବୁତ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲା । ତେବେ କେଉଁ କାରଣ ଯୋଗୁଁ ବସ ଦୁର୍ବୁତ୍ତ ଏହି କାଣ୍ଡ ଘଟାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ସୂଚନାନୁସାରେ, ଆଜି ସକାଳ ୯ ଟା ସମୟରେ ବନମାଲ ଗ୍ରାମକୁ ମୁଖ୍ୟମନ୍ତ୍ରୀ ବସ୍ ଆସିଥିଲା। ବାସ ଟି ବନମାଲ ଗ୍ରାମର ପଞ୍ଚାୟତ ଅଫିସ ନିକଟରେ ହୋଇଥିବାବେଳେ ସେହି ଗ୍ରାମର ଜଣେ ବ୍ୟକ୍ତି ବସକୁ ଚଢି ଆସି ଚାଳଙ୍କ ସହ କୌଣସି କଥାକୁ ନେଇ ବଚସା କରିବା ସହ ପିସ୍ତଲ ଦେଖାଇ ଚାଳକକୁ ଜୀବନରେ ମାରି ଦେବା ନେଇ ଧମକ ଦେଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ବସ ଚାଳକ ପିସ୍ତଲ ଛଡ଼ାଇ ବେଲପଡ଼ା ଥାନା ଅଭିମୁଖେ ଦୌଡ଼ିଥିଲେ । ଦୁର୍ବୃତ୍ତ ହେଲପରଙ୍କୁ ପିଛା ପରିବାରେ ଅସମର୍ଥ ହୋଇ ଅନ୍ୟତ୍ର ଫେରାର ମାରିଥିବା ଜଣାପଡିଛି । ବେଲପଡ଼ା ଥାନା ପୁଲିସ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେଠାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ଅପର ପକ୍ଷରେ ବସ ସେହି ସ୍ଥାନରେ ରହିଥିବା ଜଣାପ଼ଡ଼ିଛି। ଅଭିଯୁକ୍ତ ନବୀନ ନାଁରେ ଅନେକ ମାମଲା ଥିବା ବି ସୂଚନା ମିଳିଛି।


  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।