ମା’ ସମଲେଶ୍ଵରୀଙ୍କ ବଏଲ ଯାତ୍ରା…

Oct 26, 2026 - 19:21
ମା’ ସମଲେଶ୍ଵରୀଙ୍କ ବଏଲ ଯାତ୍ରା…

ନନ୍ଦିଘୋଷ ବ୍ୟୁରୋ: ଘଣ୍ଟଘଣ୍ଟା, ଢୋଲ, ନିଶାନ ସାଙ୍ଗକୁ ଚଣ୍ଡୀପାଠରେ କମ୍ପିଲା ପରିବେଶ । ଦୁଲଦୁଲି ବାଜାର ତାଳେ ତାଳେ ନାଚିଲେ ବରୁଆ । ସମ୍ବଲପୁର ଜିଲ୍ଲା ଆଠଗାଁ ଛକ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ବଏଲ ଯାତ୍ରା ପାଳିତ ହୋଇଯାଇଛି । ଆଶ୍ଵିନ ମାସ ଦ୍ଵାଦଶୀ ତିଥିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗତକାଲି ସଂପର୍ଣ୍ଣ ହୋଇଛି । ଚଣ୍ଡୀପାଠ ଓ ଘୃତ ଯଜ୍ଞରେ ସରିଛି ଯାତ୍ରା । ମାଆଙ୍କ ଦର୍ଶନ ପାଇଁ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।

ତେବେ ଏ ଯାତ୍ରା ଆଜିର କି କାଲିର ନୁହେଁ  । କାହିଁ କେଉଁ କାଳର ଏହି ଯାତ୍ରା ହୋଇ ଆସୁଛି । ୧୯୮୧ ମସିହାରୁ ବଏଲ ଯାତ୍ରା ଆରମ୍ଭ ହୋଇଛି । ଯାହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରେ । ସେଥିପାଇଁ ଯାତ୍ରା ଦେଖିବାକୁ ଆଠଗାଁ ସମେତ, କୁଚିଣ୍ଡା ଏବଂ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  ଆଠଗାଁ ବଏଲ ଯାତ୍ରା ବହୁ ଧୁମଧାମରେ ପାଳିତ ହୋଇଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)