ମା’ ବିରଜାଙ୍କ ରଥ ଟାଣି କାନ୍ଦି ପକାଇଲେ ଶ୍ରଦ୍ଧାଳୁ !

Oct 20, 2026 - 18:59
ମା’ ବିରଜାଙ୍କ ରଥ ଟାଣି କାନ୍ଦି ପକାଇଲେ ଶ୍ରଦ୍ଧାଳୁ !

ଯାଜପୁର: ସରିଲା କ୍ଷେତ୍ରେଶ୍ୱରୀ ମାଆ ବିରଜାଙ୍କର ପୀଠରେ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କ ରଥ ଟାଣିଲେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ। ଆଜି ମାଙ୍କ ପୀଠରେ ବିଜୟା ଦଶମୀ ପାଳିତ ହୋଇଛି ।ଗତକାଲି ଅପରାହ୍ନରେ ରଥଟଣା ଶେଷ ହେବା ପରେ ନିଶାର୍ଦ୍ଧରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେପ୍ରତିମାକୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ପୁରୋଧାଙ୍କ ତତ୍ତ୍ଵାବଧାନରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ପରମ୍ପରା ଅନୁସାରେ ସମାଜରୁ ପାପ ନାଶ  ଉଦ୍ଦେଶ୍ୟରେ ଚତୁର୍ଦିଗକୁ ଶର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ଶ୍ରଦ୍ଧାଳୁ ମାନେ ମାଙ୍କ ବିଜେପ୍ରତିମାକୁ ଧୂପ ଦୀପ ଦେଇ ବନ୍ଦାପନା କରି ସ୍ବାଗତ କରିଥିଲେ । । ମାଙ୍କୁ ସ୍ବାଗତ କରିବା ପାଇଁ ପ୍ରତି ଘର ଆଗରେ କଳସ ସ୍ଥାପନ କରି ଧୂପଦୀପରେ ବନ୍ଦାପନା କରି ମାଙ୍କୁ ସ୍ବାଗତ କରିଥିଲେ ଶ୍ରଦ୍ଧାଳୁ।

ଗ୍ରାମ ପରିକ୍ରମା ପରେ ମନ୍ଦିରକୁ  ପ୍ରବେଶ କରିଥିଲା ମା’ଙ୍କ ବିଜେପ୍ରତିମା । ମାଙ୍କ ଲାଖବିନ୍ଧା ପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ପର୍ବରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏବେ ସମସ୍ତଙ୍କର ଅପେକ୍ଷା ଆର ବର୍ଷକୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)