ମହିଳା ଆଇଆଇସିଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଜନିତ - ରିପୋର୍ଟ

କଟକ : ଚାଉଳିଆଗଞ୍ଜ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ଜନିତ ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ଗତ ଶନିବାର ଦିନ ସକାଳେ ବ୍ୟୁଟି ମହାନ୍ତିଙ୍କ ମୃତଦେହ ଚାଉଳିଆଗଞ୍ଜ ଥାନା ଉପର ମହଲାରେ ଥିବା କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ବ୍ୟୁଟି ମହାନ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏହାର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି । ତେବେ ବ୍ୟୁଟି ମହାନ୍ତି କାର୍ଯ୍ୟକ୍ଷେତ୍ରରେ ଚାପଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ ସଂଗୀନ ଅଭିଯୋଗ ଆଣିଛନ୍ତି । କିନ୍ତୁ ଏନେଇ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ପରିବାର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।