ଭୟ

Jul 27, 2026 - 15:58
ଭୟ

 

ଆଇମାଆଙ୍କ କାହାଣୀ ପେଡିରେ ଏଭଳି ଅନେକ ଗପ ଥାଏ ଯାହା କେବଳ ମନୋରଞ୍ଜନ ନୁହେଁ ଆମର ଜ୍ଞାନ ମଧ୍ୟ ବଢାଇଥାଏ । ସବୁବେଳେ ଏହା ଆମକୁ ଜୀବନର ବିଭିନ୍ନ ରୂପ ସମ୍ପର୍କରେ କାହାଣୀ ମାଧ୍ୟମରେ ବୁଝାଇଥାଏ । ସେହିଭଳି ଏକ କାହାଣୀ ହେଲା ଭୟ ।

ଘଞ୍ଚ ଜଙ୍ଗଲର ଗହୀର ଭିତରେ ଗୋଟିଏ ପୁରୁଣା, ପରିତ୍ୟକ୍ତ ପ୍ରାସାଦ ଥିଲା।  ଜଙ୍ଗଲ ପାଖରେ ଥିବା ଗାଁର ପିଲାମାନେ ସେହି ପ୍ରାସାଦ ବିଷୟରେ ଚୁପଚାପ୍ କଥା ହେଉଥିଲେ, କାରଣ ସମସ୍ତେ ଜାଣିଥିଲେ ଯେ ସେଠାରେ ପିପ୍ ନାମକ ଗୋଟିଏ ଭୁତ ରହୁଥିଲା । ତେବେ ଏହି ଭୁତଟି ଟିକେ ଭିନ୍ନ ଥିଲା ସେ ଗୋଟିଏ ଛୋଟ, ଧଳା ଚାଦର ଭଳି ଦିଶୁଥିବା ଭୁତ ଥିଲା, ଯାହାର ଏକ ବଡ଼ ସମସ୍ୟା ଥିଲା ସେ ଅନ୍ଧାରକୁ ବହୁତ ଡରୁଥିଲା। ପ୍ରତିଦିନ ସନ୍ଧ୍ୟା ହେବା ମାତ୍ରେ ପ୍ରାସାଦଟି କଳା ଅନ୍ଧାର ହୋଇଯାଉଥିଲା। କାନ୍ଥରେ ଛାଇଗୁଡ଼ିକ ଲମ୍ବି ଯାଉଥିଲେ ଏବଂ ଭଙ୍ଗା ଝରକା ଦେଇ ପବନର ଶବ୍ଦ ଆସୁଥିଲା। ଅନ୍ୟ ଭୁତମାନେ ରାତିକୁ ଭଲ ପାଉଥିବା ବେଳେ, ପିପ୍ ନିଜକୁ ଗୋଟିଏ କମ୍ବଳ ପରି ଗୋଡ଼ାଇ ନେଇ ଏକ ପୁରୁଣା କାଠ ବାକ୍ସ ଭିତରେ ଲୁଚି ଯାଉଥିଲା ଏବଂ ସକାଳ ହେବା ପର୍ଯ୍ୟନ୍ତ ଆଖି ବନ୍ଦ କରି ରହୁଥିଲା।ତେବେ ଗୋଟିଏ ସନ୍ଧ୍ୟାରେ, ପାଖ ଗାଁର ତିନିଜଣ ସାହସୀ ପିଲା ସେହି ପ୍ରାସାଦକୁ ଯିବାକୁ ନିଷ୍ପତ୍ତି ନେଲେ। ହାତରେ ଟର୍ଚ୍ଚଲାଇଟ୍ ଏବଂ ଚୋକୋଲେଟ୍ କୁକିଜ୍ ଧରି ସେମାନେ ପ୍ରାସାଦର କବାଟ ଖୋଲି ଭିତରକୁ ଗଲେ। ହଠାତ୍, ସେମାନେ କୋଣରେ ଥିବା ବଡ଼ କାଠ ବାକ୍ସ ଭିତରୁ କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲେ । "ପ-ପଛକୁ ହଟିଯାଅ!" ବାକ୍ସ ଭିତରୁ ଏକ ଛୋଟ ପତଳା ସ୍ୱର ଶୁଣାଗଲା । "ମୁଁ ଜଣେ ଭୟାନକ ଭୁତ! ମୋର ଧାରୁଆ ଦାନ୍ତ ଅଛି! ଏବଂ... ଜଳୁଥିବା ଆଖି ଅଛି। ଲିଓ ସାହସ କରି ଆଗକୁ ଗଲା ଏବଂ ବାକ୍ସର ଢାଙ୍କୁଣି ଖୋଲିଦେଲା । ସେଠାରେ ପିପ୍ ଥରୁଥିଲା ଏବଂ ତାହାତରେ ଥିବା ଗୋଟିଏ ଛୋଟ ଲାଇଟ୍ ଥିଲା । ପିଲାମାନେ ତାକୁ ଦେଖି ନ ଡରି ହସିଥିଲେ । ସମସ୍ତେ ତାକୁ ବାହାରକୁ ଆସିବାକୁ କହିଥିଲେ । ହେଲେ ପିପର ଟର୍ଚ୍ଚ ବନ୍ଦ ହୋଇ ଯାଇଥିବାରୁ ସେ ଯମା ବାହାରକୁ ଆସି ନଥିଲା । ହଠାତ୍ ଗୋଟିଏ ପିଲା ତାକୁ ଏକ ଲଣ୍ଠନ ଦେଲା । ପିପ୍ର ଆଖି ଖୁସିରେ ଆଲୋକିତ ହୋଇଉଠିଲା। ସେ ବାକ୍ସରୁ ବାହାରି ଆସି ଲଣ୍ଠନଟିକୁ ଧରିଲା, ଯାହାଫଳରେ ପୂରା କୋଠରୀ ସୁନେଲୀ ଆଲୋକରେ ଭରିଗଲା। ପ୍ରଥମ ଥର ପାଇଁ ସେହି ଅନ୍ଧାର ପ୍ରାସାଦଟି ଆଉ ଭୟଙ୍କର ଲାଗିଲାନାହିଁ  । ଏହାପରେ ଧନ୍ୟବାଦ ଦେବା ପାଇଁ, ପିପ୍ ପିଲାମାନଙ୍କୁ ପ୍ରାସାଦର ସମସ୍ତ ଗୁପ୍ତ ରାସ୍ତା ଦେଖାଇଲା ଏବଂ ଅନେକ ମଜାଦାର ଖେଳ ଖେଳିଲା । ପିଲାମାନେ ଫେରିବା ପୂର୍ବରୁ ପିପ୍ କଥା ଦେଲା ଯେ ସେମାନେ ଯେବେବି ଆସିବେ, ସେ ପୂରା ପ୍ରାସାଦକୁ ଆଲୋକିତ କରି ରଖିବ । ସେହି ରାତି ପରଠାରୁ, ପିପ୍ ଆଉ ଅନ୍ଧାରକୁ ଡରୁଥିବା ଭୁତ ହୋଇ ରହିଲାନାହିଁ, ବରଂ ସେ ଜଙ୍ଗଲର ସମସ୍ତଙ୍କୁ ଆଲୋକ ପ୍ରଦାନ କରିଲା । ତେଣୁ ଜୀବନରେ ସାଙ୍ଗମାନଙ୍କ ସାହାଯ୍ୟ ଏବଂ ସଠିକ୍ ଭାବନା ଦ୍ୱାରା ଆମେ ଆମର ସବୁଠାରୁ ବଡ଼ ଭୟକୁ ମଧ୍ୟ ଦୂର କରିପାରିବାବୋଲି ଏହି କାହାଣୀ ଶିକ୍ଷା ଦେଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।