ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼

Oct 25, 2026 - 13:20
ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେର୍କଡ଼

ନନ୍ଦିଘୋଷ ବ୍ୟୁରୋ: ଥରିଲା ଜାପାନ । ଭାରତୀୟ ସମୟ ଅନୁଯାୟୀ ଶନିବାର ରାତିରେ ବୋନିନ୍ ଦ୍ୱୀପରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେର୍କଡ଼ ହୋଇଛି । ମୃତାହତ, କ୍ଷୟକ୍ଷତି କିମ୍ବା ସୁନାମି ଆଲର୍ଟ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍‌ଜିଏସ୍‌) ରିପୋର୍ଟ ଅନୁଯାୟୀ, ଟୋକିଓର ପ୍ରାୟ ୧,୦୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଥିବା ବୋନିନ୍ ଦ୍ୱୀପରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୪୯୪ କିଲୋମିଟର ଗଭୀରତାରେ ଥିଲା। ପ୍ରଭାବିତ ଅଞ୍ଚଳ ପାଇଁ କୌଣସି ସୁନାମି ଆଲର୍ଟ ଜାରି କରାଯାଇ ନାହିଁ । ଏହାସହ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ନେଇ ସୂଚନା ନାହିଁ।

ସୂଚନା ଥାଉ କି, ଗତ ଗୁରୁବାର ଚୀନର ତିବ୍ବତ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ଅତି କମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ଏହି ଭୂକମ୍ପରେ ୩୩୯ଟି ଘର ଓ ୨୦ଟି ଗୁହାଳ ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ସ୍ଥାନୀୟ ରାତି ପ୍ରାୟ ୧୦ଟା ୩୩ ମିନିଟରେ ଏହି ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ନାଗକୁ ସହରଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ପ୍ରାୟ ୧୯୧ କିଲୋମିଟର ଦୂରରେ ଓ ଭୂପୃଷ୍ଠଠାରୁ ୧୮ କିଲୋମିଟର ଗଭୀରରେ ଥିଲା ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍‌ଜିଏସ୍‌) ରିପୋର୍ଟରେ କୁହାଯାଇଥିଲା ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)