ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର : ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ଗତ ୨୮ଫେବୃଆରୀ ୨୦୨୫ରେ ସେ ଭୁବନେଶ୍ୱରର ଡିସିପି ଭାବେ ଯୋଗଦେଇଥିଲେ । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କୁ ନେଇ ଚର୍ଚ୍ଚା ଲାଗିରହିଛି । ନିଜର ୧୩ବର୍ଷର କାର୍ଯ୍ୟ କାଳ ଭିତରେ ୩୭ ବର୍ଷୀୟ ଜଗମୋହନ ମୀନା କଟକ ଡିସିପି, ଅନୁଗୁଳ ଏସପି ଓ ଗଞ୍ଜାମ ଏସପି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନଥିବା ସେ ସ୍ବୀକାର କରିଛନ୍ତି ।
ଜଗମୋହନ ମୀନା ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କଥା କହିଛନ୍ତି । ଆଇପିଏସ ଛାଡି କୌଣସି ବେସରକାରୀ ଅନୁଷ୍ଠାନରେ ସାମିଲ ହେବେ ବୋଲି ସୂଚନା ମିଳୁଛି କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।