ଭୁବନେଶ୍ବର ଟାଇଗର୍ସ ୭ ରନ୍‌ରେ ବିଜୟୀ

Sep 22, 2026 - 06:39
ଭୁବନେଶ୍ବର ଟାଇଗର୍ସ ୭ ରନ୍‌ରେ ବିଜୟୀ

"କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା "ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି"ର ବର୍ଷା ପ୍ରଭାବିତ ଦ୍ବିତୀୟ ମ୍ୟାଚ୍‌ରେ ଭୁବନେଶ୍ବର ଟାଇଗର୍ସ ୭ ରନ୍‌ (ଡିଏଲ୍‌ଏସ୍‌)ରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି।

ବର୍ଷା ଯୋଗୁଁ ପଡ଼ିଆ ଓଦା ଥିବାରୁ ମ୍ୟାଚ୍‌ ୧୫ ଓଭରିଆ ହୋଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ବର ଟାଇଗର୍ସ ୭ ଓଭରରେ ୩ ୱିକେଟ ହରାଇ ୬୪ ରନ୍‌ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା।

ଫଳରେ ସମୟ ଦେଖି ଟାଇଗର୍ସର ପାଳି ଏହିଠାରେ ଶେଷ ହୋଇଥିଲା।

ଟାଇଗର୍ସ ଅଧିନାୟକ ସ୍ବସ୍ତିକ୍‌ ସାମଲ ୧୮ ବଲ୍‌ରୁ ୪୨ ରନ୍‌ କରିଥିଲେ। ‌ଡିଏଲ୍‌ଏସ୍‌ ଅନୁଯାୟୀ କେନ୍ଦୁଝର ମାଇନର୍ସ ସମ୍ମୁଖରେ ୪ ଓଭରରେ ୪୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

କିନ୍ତୁ ଦଳ ୪୦/୨ରେ ଅଟକି ଯାଇଥିଲା।

କ୍ଷମା ସାଗର ବଳ ୬ ବଲ୍‌ରୁ ୩ ରନ୍‌ କରିଥିବା ବେଳେ ରାଜେଶ ଧୂପର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ୨୦ ରନ୍‌ର ଭାଗିଦାର ଗଢ଼ିଥିଲେ।

ଶୁଭ୍ରାଂଶୁ ୧୧ ରନ୍ କରି ଆଉଟ ହୋଇଥିଲେ।

ଶେଷ ଓଭରରେ ବିଜୟ ଲାଗି ମାଇନର୍ସକୁ ୧୮ ରନ୍‌ ଆବଶ୍ୟକ ଥିବା ବାଦଲ ବିଶ୍ବାଳ ଚମତ୍କାର ବୋଲିଂ କରି ଟାଇଗର୍ସକୁ ବିଜୟ ଦେଇଥିଲେ।

ବାଦଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସ୍ବସ୍ତିକଙ୍କୁ ମୋମେଣ୍ଟ ଅପ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା।

ଅତିଥି ଭାବେ ଭାରତ ମସଲା ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା, ରାଉରକେଲା ସୁପରଷ୍ଟାର ପ୍ରତିନିଧି ଲବ ମଲ୍ଲିକ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।Advertisment Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ ଚାମ୍ପିଅନ୍‌ କଟକ ପାନ୍ଥର୍ସକୁ ହରାଇଲା ସମ୍ବଲପୁର ୱାରିୟର୍ସ ବାରବାଟୀ ଷ୍ଟାଡିୟମ୍‌ରେ ରବିବାରଠାରୁ ଆରମ୍ଭ ହୋଇଥିବା "ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି"ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସମ୍ବଲପୁର ୱାରିୟର୍ସ ରୋମାଞ୍ଚକ ଭାବେ କଟକ ପାନ୍ଥର୍ସକୁ ୯ ରନ୍‌ରେ ପରାସ୍ତ କରିଛି।

ରବିବାର କଟକ ପାନ୍ଥର୍ସ ଦଳ ଟସ୍‌ ଜିତି ସମ୍ବଲପୁର ୱାରିୟର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ସମ୍ବଲପୁର ୱାରିୟର୍ସ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୯୩ ରନ୍‌  କରିଥିଲା।

ଦଳ ପାଇଁ ଶାନ୍ତନୁ ମିଶ୍ର ଓ ଅଧିନାୟକ ଗୌରବ ଚୌଧୁରୀ ଦୃଢ଼ ମୂଳଦୁଆ ପକାଇଥିଲେ।

ଶାନ୍ତନୁ ମିଶ୍ର ୨ ଛକା, ୬ ଚୌକା ସହାୟତାରେ ୪୦ ବଲ୍‌ରୁ ୬୦ରନ୍‌ ଏବଂ ଗୌରବ ୬ ଛକା ଓ ୯ ଚୌକା ସହାୟତାରେ ୪୬ ବଲ୍‌ରୁ ୯୨ ରନ୍‌ ଅର୍ଜନ କରିଥିଲେ।

ପାନ୍ଥର୍ସ ପକ୍ଷରୁ ଅଭିଷେକ ସିଂହ‌ ୩, ବିପ୍ଲବ ସାମନ୍ତରାୟ ୨, ରାଜ ଯାଦବ ଗୋଟିଏ ୱିକେଟ୍‌ କରାୟତ୍ତ କରିଥିଲେ।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା କଟକ ପାନ୍ଥର୍ସ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‌ଙ୍କ ବିଫଳତା ପାଇଁ  ୯ ୱିକେଟ୍‌ ହରାଇ ୧୮୪ ରନ୍‌ରେ ଅଟକି ଯାଇଥିଲା।

ଓପନର ଶୁଭାଶିଷ ମଲ୍ଲିକ ଗୋଟିଏ ଛକା, ୫ ଚୌକା ସହ ୧୪ବଲ୍‌ରୁ ୨୭ରନ୍‌ କରିଥିବା ବେଳେ ମହମ୍ମଦ ଡାନିସଙ୍କ ବଲ୍‌ରେ ବିକ୍ରମ ସାମଲଙ୍କ ହାତରେ ଧରାପଡ଼ିଥିଲେ।

ତିନି ଜଣ ଆଗ ଧାଡିର ବ୍ୟାଟର୍‌ ସାର୍ଥକ ପ୍ରକାଶ (୬ ରନ୍‌), ଅଧିନାୟକ ବିପ୍ଲବ ସାମନ୍ତରାୟ (୬ ରନ୍‌) ଓ ଶୁଭମ ଶତ୍ରୁଜିତ (୨ ରନ୍) ନିରାଶ କରିଥିଲେ।

ଏମ୍ ଗୌତମ ଗୋପାଳ ଓ କାର୍ତ୍ତିକ ବିଶ୍ବାଳ ‌ଯୋଡି ଦଳର ମଙ୍ଗ ସମ୍ଭାଳି ଥିଲେ।

ଉଉୟ  ୮୯ ରନ୍‌ର ଭାଗୀଦାର କରି କଟକକୁ ଆଶା ଦେଇଥିଲେ।

ସେହିଭଳି କାର୍ତ୍ତିକ ବିଶ୍ବାଳ (୫୬ ରନ୍‌, ୨୮ ବଲ, ୩ ଛକା, ୬ ଚୌକା) ଭଲ ଖେଳି ଓମ୍.

ଟି.

ମୁଣ୍ଡେଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ।

୩ ଛକା, ୨ ଚୌକା ସହ ୩୪ ବଲ୍‌ରୁ ୪୭ ରନ୍‌ କରି ଗୌତମ ଗୋପାଳ ଆଉଟ୍‌ ହୋଇଥିଲେ।

ସେ ପ୍ରଦୀପ ପ୍ରଧାନଙ୍କ ବଲ୍‌ରେ ବିକ୍ରମ ସାମଲଙ୍କ ଦ୍ବାରା ଧରାପଡ଼ି ଥିଲେ।

ସମ୍ବଲପୁର ୱାରିୟର୍ସ ପକ୍ଷରୁ ମହମ୍ମଦ ଡାନିସ, ପ୍ରଦୀପ ପ୍ରଧାନ ଓ ସୌମ୍ୟ ଲେଙ୍କା ୨ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ସୟଦ ତୁଫାଇଲ୍‌ ଅହମ୍ମଦ ଓ ଓମ୍‌.ଟି.

ମୁଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)