ଭାରତର ଉତ୍‌ଥାନକୁ ରୋକିବାକୁ ଚୀନ୍‌ର ଚାଲ୍ ! ସିନ୍ଦୂର ଅପରେସନ୍‌ରେ ପାକିସ୍ତାନକୁ ସହଯୋଗ

Nov 21, 2026 - 20:59
ଭାରତର ଉତ୍‌ଥାନକୁ ରୋକିବାକୁ ଚୀନ୍‌ର ଚାଲ୍ ! ସିନ୍ଦୂର ଅପରେସନ୍‌ରେ ପାକିସ୍ତାନକୁ ସହଯୋଗ

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଗତବର୍ଷ ପାକିସ୍ତାନ ବିରୋଧରେ 'ଅପରେସନ୍‌ ସିନ୍ଦୂର' ଆରମ୍ଭ କରିବା ସମୟରେ ଚୀନ୍‌ ପାକିସ୍ତାନକୁ ସାମରିକ ସମର୍ଥନ କରିଥିଲା ।

ତେବେ ଏହା ପଛରେ ଚୀନ୍‌ର ଏକ ବଡ଼ ରଣନୀତି ରହିଥିଲା ।

ଭାରତର ଉତ୍‌ଥାନକୁ ରୋକିବା ସଂକ୍ରାନ୍ତ ଚୀନ୍‌ର ଏକ ବିଶାଳ ରଣନୀତିର ଏହା ଏକ ଅଂଶ ଥିଲା ବୋଲି ଆମେରିକା ସଂସଦୀୟ କମିଟିର ଏକ ରିପୋର୍ଟରୁ ଜଣାପଡ଼ିଛି ।

Advertisment Shooting: ହରିଦ୍ବାରରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସରଙ୍କୁ ଦେଶୀ ବନ୍ଧୁକରୁ ଗୁଳି କଲା ଡ୍ରାଇଭର ଆମେରିକା-ଚୀନ୍‌ ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା କମିସନଏହାର ବାର୍ଷିକ ରିପୋର୍ଟରେ ଏହି ଦାବି କରିଛି ।

ରିପୋର୍ଟରେ ମଧ୍ୟ ଏହା କୁହାଯାଇଛି ଯେ ଚୀନ୍‌ ସର୍ବଦା ସୀମା ନିକଟରେ ଭାରତ ଉପରେ ସାମରିକ ଚାପ ପକାଇଛି ଏବଂ ଶିଳ୍ପ କ୍ଷେତ୍ରରେ ଏହା ଆବଶ୍ୟକ ସାମଗ୍ରୀ ଯୋଗାଣ ଉପରେ କଟକଣା ଲଗାଇବା ଭଳି ପଦକ୍ଷେପ ଗ୍ରହଣ କରିଛି ।

କମିଟି ଏହାର ରିପୋର୍ଟରେ କହିଛି ଯେ ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍‌ କରିଥିବା ସାମରିକ ସହ‌ଯୋଗ ଭାରତର ବଢ଼ୁଥିବା ପ୍ରଭାବକୁ ସୀମିତ କରିବାପାଇଁ ଏହାର ଏକ ବ୍ୟାପକ ରଣନୀତିର ଅଂଶ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଭାରତର ବଢ଼ୁଥିବା ଆର୍ଥିକ ଓ ସାମରିକ କ୍ଷମତାକୁ ଚୀନ୍‌ ନିଜ ପାଇଁ ଏକ ରଣନୈତିକ ଆହ୍ବାନ ଭାବେ ଦେଖୁଛି ।

କମିଟି ଅନୁଯାୟୀ ଭାରତ ଆମେରିକାର ସାମରିକ ମେଣ୍ଟରେ ସାମିଲ ନଥିବା ସତ୍ତ୍ୱେ ଏସିଆରେ ଚୀନ୍‌ର ପ୍ରଭାବକୁ ସନ୍ତୁଳନ କରିବାର କ୍ଷମତା ରଖିଛି ।

ଚୀନ୍‌ ଏହା ଭଲଭାବେ ଜାଣିଛି ଏବଂ ଭାରତର ଉତ୍‌ଥାନକୁ ବିଭିନ୍ନ କ୍ଷେତ୍ରରେ ଚାପିବା ଦିଗରେ ସକ୍ରିୟ ଭାବେ କାମ କରୁଛି ।

କମିଟି ମଧ୍ୟ ଚେତାବନୀ ଦେଇଛି ଯେ ଚୀନ୍‌ ପାକିସ୍ତାନକୁ ସମର୍ଥନ କରିବା ବାଦ୍‌ ସୀମା ନିକଟରେ ଏହା ନିଜର ସାମରିକ ନିର୍ମାଣ ଜାରି ରଖିଛି ।

ଭାାରତ ମହାସାଗରରେ ଚୀନ୍‌ ନିଜ ‌ନୌସେନା ଉପସ୍ଥିତିକୁ ସମ୍ପ୍ରସାରଣ କରିବା ସହ ଗୁଇନ୍ଦାଗିରି କାର୍ଯ୍ୟକଳାପ ବୃଦ୍ଧି କରିଛି‌ ବୋଲି କମିଟି ଏହାର ରିପୋର୍ଟରେ ସତର୍କ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)