ବ୍ରାଉନ ସୁଗାର କାରବାର ଅଭିଯୋଗ ରେ ମା'ପୁଅ ଗିରଫ
ଖୋର୍ଦ୍ଧା : ବ୍ରାଉନ ସୁଗାର ଚାଲାଣ ବେଳେ ମା'ପୁଅ ଗିରଫ । ସେମାନଙ୍କ ନିକଟରୁ ୪୬୦ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୪୭ ଲକ୍ଷ ହେବ ବୋଲି କୁହାଯାଉଛି । ତାଙ୍କ ନିକଟରୁ ଏକ ସ୍କୁଟି ସହ ୭ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଲୋକନାଥ ପାଇକରାୟ ଏବଂ ମାମି ପାଇକରାୟ ।
ଆଜି ଉଭୟେ ଏକ ସ୍କୁଟି ରେ ବ୍ରାଉନ୍ସୁଗାର ନେଇ ଯାଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ ସେମାନଙ୍କୁ ଅଟକ ରଖାଯାଇ ବ୍ରାଉନ ସୁଗାର ଜବତ କରାଯାଇଥିଲା । ସେମାନେ ଦୀର୍ଘ ଦିନ ଧରି ଏହି କାରବାର ଚଳାଉଥିବା ଜଣାପଡିଛି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।