ବିଶ୍ୱକର୍ମା ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

Sep 15, 2026 - 13:58
ବିଶ୍ୱକର୍ମା ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

ନନ୍ଦିଘୋଷ ବ୍ୟୁରୋ : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଘର ଲିପାପୋଛା କରିବା ପାଇଁ ନଦୀକୁ କାଦୁଅ ଆଣିବା ପାଇଁ ଯାଇ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତ ମହିଳା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମର ସମର ଦାସଙ୍କ ସ୍ତ୍ରୀ ହେମବାଳା । ବିଶ୍ବକର୍ମା ପୂଜା ପାଇଁ ନିଜ ଘରକୁ ଲିପାପୋଛା କରିବାକୁ ହେମବାଳା ରାମନଗର – ଖରିନାସୀ ନଦୀରୁ ମାଟି ଆଣିବାପାଇଁ ଯାଇଥିଲେ । ମାଟି ଆଣିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । ନଦୀ ଉପରେ ଥିବା କିଛି ଲୋକେ ହେମବାଳାଙ୍କ ଚିକ୍ତାର ଶୁଣି ଗାଁକୁ ଖବର ଦେଇଥିଲେ । ପରିବାର ଲୋକେ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ପରେ ହେମବାଳାଙ୍କୁ ପାଇଥିଲେ। ପ୍ରଥମେ ରାମନଗର ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ହେମବାଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)