ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ଜଳସ୍ତର

Sep 01, 2026 - 12:51
ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ : ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ଜଳସ୍ତର। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୦ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା,ଚିତ୍ରଡାରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର। ଗତ ଦୁଇଦିନ ଧରି ବସ୍ତା ଅଞ୍ଚଳରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି।

ନଦୀର ଜଳସ୍ତର ବଢୁଥିବାରୁ ଚାଷଜମି ଜଳମଗ୍ନ ହେବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ବସ୍ତା ସମେତ ସଦର ବ୍ଲକର କିଛି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀର  ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ୯.୫୦ ମିଟର ରହିଛି… ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)