ବିଧାନସଭାରେ ଏଗ୍ରୀଷ୍ଟାକ୍ ଝଡ଼ : ଧାନ ପଞ୍ଜୀକରଣ ହ୍ରାସକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

Nov 25, 2026 - 20:23
ବିଧାନସଭାରେ ଏଗ୍ରୀଷ୍ଟାକ୍ ଝଡ଼ : ଧାନ ପଞ୍ଜୀକରଣ ହ୍ରାସକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର : ବିଧାନସଭାରେ ଏଗ୍ରୀଷ୍ଟାକ ଝଡ଼ । ମୁଲତବୀ ପ୍ରସ୍ତାବରେ ସରକାରଙ୍କୁ ଘେରିଲା ବିଜେଡି । ଚାଷୀଙ୍କ ପାଇଁ ସ୍ୱର ସାଜିଲେ ବିଧାୟକ । କଂଗ୍ରେସ ମିଳାଇଲା ସ୍ୱର, ଜବାବ ଦେଲେ ମନ୍ତ୍ରୀ । କମିଛି ଧାନ ପଞ୍ଜୀକରଣ ଏଗ୍ରୀଷ୍ଟାକ ସାଜିଲା ବାଧକ । ଧାନ ପଞ୍ଜୀକରଣ ସହ ଏଗ୍ରୀଷ୍ଟାକକୁ ମିଶା ଯାଇନାହିଁ ବୋଲି ମନ୍ତ୍ରୀ ଗୋଟେପଟେ ବାହାସ୍ଫୋଟ ମାରୁଥିବା ବେଳେ ଗୃହ ଦେଇଥିବା ତଥ୍ୟ ସତକୁ ପଦାକୁ ଆଣିଛି । ଗତବର୍ଷ ୨୩ ଲକ୍ଷ ୪୩ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଚଳିତ ବର୍ଷ ୨୨ ଲକ୍ଷ ୨୭ ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତ ବର୍ଷ ତୁଳନାରେ କମ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ମନ୍ତ୍ରୀ ବାସ୍ତବତା ଠାରୁ ବହୁ ଦୂରରେ ଅଛନ୍ତି । ବିଭାଗ ଯାହା ଲେଖିଦେଲା ମନ୍ତ୍ରୀ ଗୃହରେ ପଢିଲେ। ଧାନ କିଣାରେ ହୋଇଥିବା ଅବ୍ୟବସ୍ଥା ରାଜ୍ୟରେ ଦେଖିବାକୁ ମିଳୁଛି । ସମ୍ବଲପୁରରେ ଧାନ ବଜାରକୁ ଆସିଲାଣି ହେଲେ ସରକାର ପ୍ରସ୍ତୁତ ନାହାନ୍ତି । ଆଜି ଯାଏଁ କୌଣସି ଗୋଟିଏ ଜାଗାରେ ମଣ୍ଡି ଖୋଲାଯାଇ ନାହିଁ । ଗତ ସରକାର ସମୟରେ ଜଳସେଚିତ ଜିଲ୍ଲାରେ ନଭେମ୍ବର ପ୍ରଥମ ଦ୍ବିତୀୟ ସପ୍ତାହରେ ମଣ୍ଡି ଖୋଲୁଥିଲା। ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତ ହେଉଥିଲା, DLPC ମିଟିଂ ହେଉଥିଲା । ଯଥେଷ୍ଟ ପୂର୍ବରୁ ସରକାର ପ୍ରସ୍ତୁତ ହେଉଥିଲେ। ମୂଳରୁ ଭୁଲ ହେଲା ଫୁଡ ପଲିସି ନିର୍ଦ୍ଧାରଣ କରିବାରେ ସରକାର ବିଳମ୍ବ କଲେ ଫଳରେ ଜିଲ୍ଲା ପ୍ରଶାସନ ବିଳମ୍ବ କଲେ। ଏବେ ଚାଷୀ ପ୍ରସ୍ତୁତ ଅଛନ୍ତି ହେଲେ ସରକାର ମଣ୍ଡି ଖୋଲି ନାହାନ୍ତି । ଜଟିଳ ପଦ୍ଧତି ପାଇଁ ଅନେକ ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି। ବରଗଡ଼ ଓ ସମ୍ବଲପୁରରେ ଚାଷୀ ସମାବେଶ ହେଲା । ଏମିତି କି ମିଲରମାନେ ସରକାରଙ୍କୁ ଧାନ ଉଠେଇବୁ ନାହିଁ ବୋଲି ଚେତାବନୀ ଦେଲେଣି । ମିଲରଙ୍କଠାରୁ ଚାଉଳ ଉଠା ଯାଉ ନାହିଁ। ତାଙ୍କ ଠାରେ ଚାଉଳ ପଡି ରହିଛି । ଏଫସିଆଇକୁ ସରକାର ପ୍ରଶ୍ନ କରି ପାରୁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ମେଟ୍ରିକ ଟନରୁ ଅଧିକ ଚାଉଳ ପଡି ରହିଛି । ରାଜ୍ୟର ୨୦ ଜଣ ସାଂସଦ ଅଛନ୍ତି । ସେମାନେ କେନ୍ଦ୍ର ଉପରେ ଚାପ ଦିଅନ୍ତୁ ବୋଲି ବିଜେଡି କହିଛି ।
ସେପଟେ କଂଗ୍ରେସ ଧାନ କିଣା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଧାନ କିଣାରେ କଟନୀ ଛଟନୀ ବନ୍ଦ କରାଯାଉ ବୋଲି ଗୃହରେ ଦାବି କରିଛି କଂଗ୍ରେସ । କାହିଁକି ଏଫସିଆଇ ଚାଉଳ ଉଠାଉନାହିଁ ସେନେଇ କେନ୍ଦ୍ର ପାଖରେ ଲଢେଇ କରନ୍ତୁ ସରକାର । ୨୦ ଜଣ ଦଳୀୟ ସାଂସଦ କାହିଁକି ଏଫସିଆଇ ପ୍ରସଙ୍ଗରେ ଚୁପ ଅଛନ୍ତି ? ଏଫସିଆଇ ଚାଉଳ ଉଠାଉନଥିବାରୁ ମଣ୍ଡି ଖାଲି ହେଉନାହିଁ । ତେଣୁ ଧାନ କିଣାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଦଳ ଅଭିଯୋଗ କରିଛି । ବିଜେପି କିନ୍ତୁ ଧାନ ସମସ୍ୟାର ସତକୁ ମାନିବାକୁ ନାରାଜ । ନଭେମ୍ବର ୩୦ତାରିଖରୁ ଧାନମଣ୍ଡି ଖୋଲିବ । ହେଲେ ଏଗ୍ରୀଷ୍ଟାକକୁ ନେଇ ଦ୍ଵନ୍ଦ୍ବ କିନ୍ତୁ ଦୂର ହେଉନାହିଁ । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)