ବିଜେପି ବୁଥ ସଭାପତିଙ୍କୁ ହତ୍ୟା

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ର ବିଜେପି ବୁଥ ସଭାପତିଙ୍କୁ ହତ୍ୟା । ମଙ୍ଗଳବାର ରାତିରେ ମହାକାଳପଡ଼ା ବ୍ଲକ ଉପକୂଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ତପନ ଦାସ (୫୫)। ସେ ବିଜେପି ବୁଥ୍ ସଭାପତି ବୋଲି ଜଣାପଡିଛି । ଉକ୍ତ ଗ୍ରାମର ସଞ୍ଜୟ ମଣ୍ଡଳ ନାମକ ଯୁବକ ଅତର୍କିତ ଭାବେ କାଠ ଫାଳିଆରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତକୁ ଅଟକ ରଖିଅ ପୋଲିସ୍କୁ ଖବର ଦେଇଥିଲେ ଗ୍ରାମବାସୀ ।
ଘଟନାନୁସାରେ, ମଙ୍ଗଳବାର ରାତି ୧୧ ଟା ସମୟରେ ସଞ୍ଜୟ ମଣ୍ଡଳ ଏବଂ ରାଜମିସ୍ତ୍ରୀ ଥିବା ବିଜନ ଶାହାଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା l ଏହି ସମୟରେ ତପନ ଦାସ ବଜାରରୁ ଘରକୁ ଫେରୁଥିଲେ l ସେ ବିବାଦର ସମାଧାନ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ l କିନ୍ତୁ ଗଣ୍ଡଗୋଳ ଉଗ୍ରରୂପ ନେବାରୁ ବିଜନ ଘଟଣାସ୍ଥଳରୁ ଖସି ପଳାଇଥିଲେ l କିନ୍ତୁ ସଞ୍ଜୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ତପନ ଦାସ l ସଞ୍ଜୟ କ୍ରୋଧାନ୍ୱିତ ହୋଇ ତପନଙ୍କୁ ଏକ କାଠ ଫାଳିଆରେ ମାଡ ମାରିଥିଲେ l କାଠ ଫାଳିଆ ମାଡ଼ରେ ମୃତକଙ୍କ ମସ୍ତିସ୍କ ଉପର ପଛ ଅଂଶ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛି ବୋଲି ଦେଖବାକୁ ମିଳିଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।ଏହି ହତ୍ୟା ଘଟଣାରେ ଅନ୍ୟ କେତେକ ସଂପୃକ୍ତ ଥିବା ଆଲୋଚନା ହେଉଛି । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।