ବାହାରକୁ ଯିବା ର ୨୧ ଦିନ ପୂର୍ବରୁ ଦରଖାସ୍ତ ଦେବେ ସରକାରୀ କର୍ମଚାରୀ
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରେ ସରକାରଙ୍କ କଡା ନିର୍ଦେଶ । ଯେକୌଣସି କାର୍ଯ୍ୟରେ ବାହାରକୁ ଯିବାର ୨୧ ଦିନ ପୂର୍ବରୁ ନେବାକୁ ପଡିବ ଅନୁମତି । ଏମିତିକି ହେଡକ୍ୱାର୍ଟର ଛାଡିବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଅନୁମତି ମିଳିବା ପରେ ହିଁ ମୁଖ୍ୟାଳୟ ଛାଡ଼ିପାରିବେ।ତେବେ ଜରୁରୀ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିରେ ୨୧ ଦିନର ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ । ସେପରି କ୍ଷେତ୍ରରେ ଯଥାର୍ଥ କାରଣ ଦର୍ଶାଇ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ ।
ଜୁଲାଇ ୨୧ରେ ଜାରି ସର୍କୁଲାରରେ ଅତିରିକ୍ତ ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ସାଗରିକା ହୋତା ସ୍ପଷ୍ଟ କରିଛନ୍ତି ଯେ, କାଜୁଆଲ୍ ଲିଭ୍ ବ୍ୟତୀତ ଅନ୍ୟ ଛୁଟି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର ହେବା ଆବଶ୍ୟକ। ସେହିପରି ଯାତ୍ରା ପୂର୍ବରୁ ମୁଖ୍ୟାଳୟ ଛାଡ଼ିବା ଅନୁମତି ମଧ୍ୟ ମିଳିଥିବା ଦରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।